Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିର ପ୍ରଶ୍ନ :2004ରେ ପ୍ରକଳ୍ପ ପାଇଁ କିପରି ଦେଇଥିଲେ ଏନଓସି ?

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିଜେପିର ପ୍ରଶ୍ନ :2004ରେ ପ୍ରକଳ୍ପ ପାଇଁ କିପରି ଦେଇଥିଲେ ଏନଓସି ?

Key Points

  • କ୍ଷମତାରେ ଥିବା ବେଳେ ପୋଲାଭରମକୁ ନେଇ ମୁହଁରେ ଦେଇଥିଲେ ତାଲା 
  • ଶାସନରୁ ଗଲା ପରେ ମୋଟୁ ଅଞ୍ଚଳବାସୀଙ୍କ ଦୁଃଖ ବିଜେଡିର ମନେ ପଡ଼ିଲା 
  • 24 ବର୍ଷରେ ନା କରିଥିଲେ ସର୍ଭେ ନା ହୋଇଥିଲା କ୍ଷୟକ୍ଷତିର ଆକଳନ 
  • ଏବେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ପଠାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନବୀନ
  • କେନ୍ଦ୍ରରେ ବିଜେଡିର ଜଳସମ୍ଫଦ ମନ୍ତ୍ରୀ ଥିଲେ ବି ପ୍ରତିବାଦ କରିନଥିଲେ କାହିଁକ ?
  • ବିଜେପିର ପ୍ରଶ୍ନ :2004ରେ ପ୍ରକଳ୍ପ ପାଇଁ କିପରି ଦେଇଥିଲେ ଏନଓସି ?

ଅର୍ଗସ ବ୍ୟୁରୋ : ପୋଲାଭରମ୍ ପ୍ରକଳ୍ପ ଶେଷ ନହେଉଣୁ ଯଦି ଗୋଟିଏ ବର୍ଷାରେ ମାଲକାନଗିରି ଜିଲ୍ଲାର ଏପରି ଅବସ୍ଥା। ଚିନ୍ତା କରନ୍ତୁ ପକଳ୍ପ ସଂପୂର୍ଣ୍ଣ ହେବା ପରେ କଣ ହେବ ପରିସ୍ଥିତି। ଆଶଙ୍କା କରାଯାଉଛି ପୋଲାଭରମର ପଛୁଆ ପାଣିରେ ବୁଡ଼ିଯିବ ମୋଟୁ, ବିନାୟକପୁର, ଅଲମା, ପଡ଼ିଆ, କୋରୁକୋଣ୍ଡା ଓ ମାଥିଲି ଭଳି ଅନେକ ଗାଁ। କେବଳ ଏଥର ନୁହେଁ ମୋଟୁ ବାସିନ୍ଦା ପୋଲାଭରମର ବିଭୀଷିକା 2006,2019 ଓ 2022 ରେ ବି ଦେଖିସାରିଛନ୍ତି। ବିଶେଷ କରି 2006 ମସିହାରେ ଗୋଦାବରୀର ପଛୁଆ ପାଣିର ବନ୍ୟା ଯୋଗୁଁ ମୋଟୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମାଡ଼ି ଆସିଥିଲା ବନ୍ୟା ପାଣି। ସେବେଠାରୁ ଯଦି ସଚେତ ହୋଇଥାନ୍ତେ ବିଜେଡି ସରକାର ତାହାଲେ ଆଜି ଅବସ୍ଥା ନେଡିଗୁଡ଼ କହୁଣିକୁ ବହିନଥାନ୍ତା। ପୋଲାଭରମ ପ୍ରକଳ୍ପ ପାଇଁ କେତେ ଗାଁ ଜଳମଗ୍ନ ହେବ, କେତେ ଲୋକ ବିସ୍ଥାପିତ ହେବେ , କେତେ ଚାଷ ଜମି ଓ କେତେ ଜଙ୍ଗଲ ନଷ୍ଟ ହେବ ନା ତାର କୌଣସି ସର୍ଭେ କରାଇଲେ ନା କ୍ଷୟକ୍ଷତିର ଆକଳନ କଲେ। ଏବେ ଶାସନରୁ ହଟିବା ପରେ ବିଜେଡି ମାଲକାନଗିରି ପାଇଁ କାନ୍ଦୁଛି କୁମ୍ଭୀର କାନ୍ଦଣା। ଗତ ଅଗଷ୍ଟ 28 ଓ 29ରେ ଦେବୀ ମିଶ୍ରଙ୍କ ନେତୃତ୍ବରେ ବିଜେଡିର ଏକ ଟିମ ପୋଲାଭରମ ବୁଲି ଦେଖିବା ପରେ 
ପ୍ରକଳ୍ପ ଯୋଗୁଁ କେତେ କ୍ଷତି ହେବ ତାର ଏକ ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ମାଲକାନଗିରି ବିଧାୟକ ଓ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ଶାସନରେ ଥିବା ବେଳେ ପାଲଭରମକୁ ନେଇ କାହିଁକି  ଚୁପ ବସିଥିଲା ବିଜେଡି?
1980 ମସିହାରେ ଆନ୍ଧ୍ର ଓ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ପୋଲାଭରମ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପରେ 2004ରେ ୱାଇ.ଏସ୍ ରାଜଶେଖର ରେଡ୍ଡୀଙ୍କ ନେତୃତ୍ବଧୀନ କଂଗ୍ରେସ ସରକାର ଏହାର ଭୂମିପୂଜା କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ। ସେତେବେଳେ କେନ୍ଦ୍ରରେ ଏନଡିଏ ସରକାରରେ ଜଳସମ୍ପଦ ମନ୍ତ୍ରୀଥିଲେ ବିଜେଡିର ଅର୍ଜୁନ ଚରଣ ସେଠୀ। ସେତେବେଳେ ନବୀନ କିମ୍ବା ତାଙ୍କ ଦଳର ସାଂସଦ ଏହାର ପ୍ରତିବାଦ କଲେ ନାହିଁ। ପରବର୍ତ୍ତୀ ସମୟରେ କଂଗ୍ରେସ ନେସୃତ୍ବାଧୀନ ୟୁପିଏ ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିଲେ। ସେତେବେଳେ ମଧ୍ୟ ବିଜେଡି ସରକାର ସ୍ବର ଉଠାଇଲେ ନାହିଁ। ଏହାଛଡ଼ା ପ୍ରଭାବିତ ରାଜ୍ୟରୁ ଏନଓସି ନମିଳିଲେ କୌଣସି ବଡ଼ ପ୍ରକଳ୍ପ କାମ ଆରମ୍ଭ ହୋଇପାରିବା ନାହିଁ। ଏବେ ବିଜେପି ସାଂସଦ ବଳଭଦ୍ର ମାଝି ପ୍ରଶ୍ନ କରିଛନ୍ତି ୨୦୦୪ରେ କିଏ ପୋଲାଭରମ୍ ପାଇଁ ଦେଇଥିଲା ଏନଓସି। ଏଥିସହ ପୋଲାଭରମକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା କିଭଳି ଥିଲା ତାର ପୋଲ ଖୋଲିଛନ୍ତି ବଳଭଦ୍ର। 
ପୋଲଭରମ ପ୍ରକଳ୍ପ ନିର୍ମାଣ କର୍ଯ୍ୟ ଏବେ ଶେଷ ପର୍ଯାୟରେ ପହଂଚିସରିଲାଣି । ଆଉ ପ୍ରକଳ୍ପ ସରିଲେ ଗୋଦାବରୀ ନଦୀର ପଛୁଆ ପାଣି ମାଲକାନଗିରି ଜିଲ୍ଲା ପାଇଁ ବିପଦ ଆଣିବା ଏକ ପ୍ରକାର ନିଶ୍ଚିତ। ଏହାକୁ ରୋକିବାଲାଗି ଯେତେବେଳେ ସମୟ ଥିଲା ସେତେବେଳେ ଚୁପ୍ ରହିଲା ବିଜେଡି ଆଉ ଏବେ କ୍ଷମତାରୁ ଯିବା ପରେ ଏହି ସବୁ କ୍ଷୟକ୍ଷତି ଆକଳନ ରିପୋର୍ଟ କେବଳ ନିଜ ଅପାରଗତା ଢାଙ୍କିାବାକୁ କୁମ୍ଭୀର କାନ୍ଦଣା ବୋଲି ହୋଇଛି ଅଭିଯୋଗ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's question: How did the NOC for the project in 2004? | Argus News