Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିର ସଂକଳ୍ପ , ୨୦୩୬ ସୁଦ୍ଧା ବିକଶିତ ଓଡିଶା

Odisha

ବିଜେପିର ସଂକଳ୍ପ , ୨୦୩୬ ସୁଦ୍ଧା ବିକଶିତ ଓଡିଶା

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
ବିଜେପିର ସଂକଳ୍ପ , ୨୦୩୬ ସୁଦ୍ଧା ବିକଶିତ ଓଡିଶା

Key Points

  • କୋଣାର୍କକୁ ୧୨ ବର୍ଷ, ନୂଆ ଓଡ଼ିଶାକୁ ୧୨ ବର୍ଷ
  • ନୂଆ ଓଡ଼ିଶା ଗଠନ ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ରୋଡ୍‌ ମ୍ୟାପ ପ୍ରସ୍ତୁତ କଲା ବିଜେପି
  • ସନ୍ତୁଳିତ, ସାମଗ୍ରିକ ଏବଂ ସମତୁଲ ବିକାଶ ଉପରେ ଗୁରୁତ୍ବ 
  • ପାରିତ ହେଲା 5 ରାଜନୈତିକ ଚିଠା ପ୍ରସ୍ତାବ
  •  ଓଡ଼ିଆ ଅସ୍ମିତାକୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ଧାର୍ଯ୍ୟ ହୋଇଛି ଲକ୍ଷ୍ୟ
  • ଦୁର୍ନୀତି ମୁକ୍ତ, ସ୍ବଚ୍ଛ ଶାସନ ପାଇଁ ନିଆଗଲା ସଂକଳ୍ପ 
  • ୨୦୩୬ କୁ ଟାର୍ଗେଟ ରଖି ତିଆରି ହେଲା ୧୨ ବର୍ଷର ଖସଡ଼ା
  •  ତୃଣମୂଳ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ 24*7 କାମ କରିବେ ୧୨ ହାଜରରୁ ଉର୍ଦ୍ଧ୍ବ କର୍ମୀ 

ଅର୍ଗସ ବ୍ୟୁରୋ : ଶେଷ ହୋଇଛି ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ପୁରୀ ଠାରେ ଆୟୋଜିତ ବୈଠକର ଶେଷ ଦିନରେ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି ନେତା, କର୍ମୀ । ନୂଆ ଓଡ଼ିଶା ତିଆରି କରିବା ପାଇଁ 5 ସୁତ୍ରୀ ଏଜେଣ୍ଡାକୁ ନେଇ ପାରିତ ହେଲା ରାଜନୈତିକ ଚିଠା ପ୍ରସ୍ତାବ ପାରିତ ।
ପ୍ରସ୍ତାବ ନମ୍ବର - 1
ବିକଶିତ ଓଡ଼ିଶା ପାଇଁ 12 ବର୍ଷର ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି ଦଳ । 2036 ସୁଦ୍ଧା ଆଧୁନିକ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଯେମିତି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ 12 ବର୍ଷ ଲାଗିଥିଲା , 1200 ବଢେଇ 12 ବର୍ଷର ଅକ୍ଲାନ୍ତ ପରିଶ୍ରମରେ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ । ସେମିତି ବିଜେପି ମଧ୍ୟ 12 ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଗାମୀ 12 ବର୍ଷ ଭିତରେ ତୃଣମୂଳ ସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ 12 ହାଜର କର୍ମକର୍ତ୍ତା ନୂଆ ଓଡ଼ିଶା ଏବଂ ଆଧୁନିକ ଓଡ଼ିଶା ଗଠନ କରିବେ । 2036 ସୁଦ୍ଧା ଓଡ଼ିଶା ଯେତେବେଳେ 100 ବର୍ଷ ପୂର୍ତ୍ତି ପାଳନ କରୁଥିବ, ସେତେବେଳେ ବିକଶିତ ଏବଂ ଆଧୁନିକ ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟକାରିଣୀରେ ସଂକଳ୍ପ ନେଇଛି ବିଜେପି ।
ପ୍ରସ୍ତାବ ନମ୍ବର -2
ଓଡ଼ିଶାର ଅସ୍ମିତା ଉପରେ ଆକ୍ରମଣ କରିଥିଲା ବିଜେଡ଼ି । ଓଡ଼ିଶାର ଅସ୍ମିତାକୁ ରକ୍ତାତ କରିଥିଲା ବିଜେଡ଼ି । ଓଡ଼ିଶା ଅସ୍ମିତାକୁ ଆଗାମୀ ଦିନରେ ରକ୍ଷା କରିବା ସହ ଆହୁରି ରୁଦ୍ଧିମନ୍ତ କରି ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି । ଆଗାମୀ ଦିନରେ କେବଳ ବିକାଶ ନୁହେଁ, ଓଡ଼ିଶାର ଅସ୍ମିତାକୁ ମଧ୍ୟ ବିଶ୍ଵ ଦରବାରରେ ପହଞ୍ଚିବା ପାଇଁ କର୍ମକର୍ତ୍ତାଙ୍କ ଲକ୍ଷ୍ୟ ରହିବ । 
ପ୍ରସ୍ତାବ ନମ୍ବର -3 
ସନ୍ତୁଳିତ, ସାମଗ୍ରିକ ଏବଂ ସମତୁଲ ବିକାଶକୁ ଗୁରୁତ୍ଵ । ଓଡ଼ିଶାର ସନ୍ତୁଳିତ ବିକାଶ ହେବ, ସମଗ୍ର ଅଞ୍ଚଳର ବିକାଶ, ସମତୁଲ ବିକାଶ ହେବ । ବିକାଶ ଯେତିକି ମହତ୍ତ୍ୱପୂର୍ଣ୍ଣ, ବିକାଶର ଚରିତ୍ର ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । ଦୁର୍ନୀତି ମୁକ୍ତ ସରକାର ପାଇଁ ସଂକଳ୍ପ ନିଆଯାଇଛି  । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିରେ ଚାଲିବ ସରକାର । ବିଜେଡ଼ି ସରକାର 5T ନାଁରେ ବର୍ଷକୁ 50 ହାଜର କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟୁଥିଲା । ସାରା ଭାରତରେ ସ୍ପଷ୍ଟ ଦିବାଲୋକରେ ଦୁର୍ନୀତି କରିବାର ଏନ୍ତୁଡ଼ି ଶାଳ ଥିଲା ଓଡ଼ିଶା । ତେଣୁ ସ୍ୱଚ୍ଛ, ଦୁର୍ନୀତି ମୁକ୍ତ ଏବଂ ଲୋକାଭିମୁଖୀ ସରକାର ଦେବା ପାଇଁ ସଂକଳ୍ପ ନେଇଛି ବିଜେପି । ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ବିକାଶ ପହଞ୍ଚିବା ସରକାରଙ୍କର ପ୍ରାଥମିକତା ରହିବ । 24*7 ପରିଶ୍ରମ କରିବ ମୋହନ ମାଝୀ ସରକାର । ପ୍ରସ୍ତାବ ନମ୍ବର - 4
କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସର ଆଚରଣ ଏବଂ ଉଚ୍ଚାରଣକୁ ନିନ୍ଦା କଲା ବିଜେପି । କଂଗ୍ରେସର ଆଚରଣ ସାରା ଭାରତ ବର୍ଷକୁ ବ୍ୟଥିତ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିନ୍ଦୁ ସମାଜକୁ ହିଂସ୍ର କହିବାକୁ ନିନ୍ଦା କଲା କାର୍ଯ୍ୟକାରିଣୀ । 
ପ୍ରସ୍ତାବ ନମ୍ବର - 5
ଜରୁରୀ ପରିସ୍ଥିତି ପାଇଁ ଜୁନ 25କୁ କଳା ଦିବସ ଭାବେ ପାଳନ କରୁଥିଲା ବିଜେପି । ଗଣତନ୍ତ୍ରକୁ ହତ୍ୟା କରିଥିବା ଲୋକ ମାନେ ଆଜି ଗଣତନ୍ତ୍ରର ବାର୍ତ୍ତାବହ ହେବା ପାଇଁ ଚେଷ୍ଟା କରୁଛନ୍ତି । 25 ଜୁନକୁ ସରକାରୀ ସ୍ତରରେ ଗଣତନ୍ତ୍ର ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ   କାର୍ଯ୍ୟକାରିଣୀରେ ପ୍ରଶଂସା କରିବା ସହ ସ୍ବାଗତ କରାଯାଇଛି । ଦଳୀୟ ପତାକା ଅବତରଣ କରି ରାଜ୍ୟ କାର୍ଯ୍ୟକାରିଣୀର କରାଗଲା ସମାପନ । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ଧ୍ଵଜା ଅବତରଣ କରାଯାଇଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's resolution, developed Odisha by 2036 | Argus News