ଓଡ଼ିଶାରେ ପହଞ୍ଚିଲେ ବିଜେପିର ଷ୍ଟାର କ୍ୟାମ୍ପେନର ଅରୁଣ ଗୋଭିଲ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଅରୁଣ ଗୋଭିଲ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ଅରୁଣଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରେ ପହଞ୍ଚିବା ପରେ ଅରୁଣ କହିଲେ ନିର୍ବାଚନକୁ ନେଇ ଲୋକେ ଉତ୍ସାହିତ ଅଛି। ଓଡ଼ିଶାରେ ପ୍ରଗତି ପାଇଁ ବିଜେପି ଆସିବା ନିଶ୍ଚିତ। ଆଉ ମଧ୍ୟ କହିଲେ ଲୋକେ ଭୋଟ ଦେବା ନିହାତି ଦରକାର। ଏହା ନାଗରିକଙ୍କ ଅଧିକାର। ବିଜେପିର ଷ୍ଟାର କ୍ୟାମ୍ପେନର ତଥା ରାମାୟଣର ରାମ ଅରୁଣ ଗୋଭିଲ । କେନ୍ଦୁଝରର ଚମ୍ପୁଆ, ତେଲକୋଇ ଜନସଭାକୁ ସମ୍ବୋଧନ କରିବେ ଅରୁଣ ।
ଅପରାହ୍ନରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ରୋଡ ସୋରେ ଦେବେ ଯୋଗ। ମିରଟ ବିଜେପି ଲୋକସଭା ପ୍ରାର୍ଥୀ ଅରୁଣ ଗୋଭିଲ।
ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଜଣେ ଓଡିଆ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲା ହେବା ସହିତ ଚାରି ଦ୍ୱାର ଖୋଲାଯିବ ଏଥିପାଇଁ ଭାରତୀୟ ଜନତା ପାର୍ଟି ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି।
ଗତ କାଲି ଶେଷ ହୋଇଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ବ୍ୟାପକ ସମର୍ଥନ ମିଳିଛି । ଆସନ୍ତା ୨୫ ତାରିଖ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ । ଏହି ପରିପ୍ରେକ୍ଷୀରେ ବିଜେପିର ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର