|
logo
Live

Argus News - ୨୪ ଲଢେଇ ପାଇଁ ବିଜେପିର ଚିନ୍ତନ ବୈଠକ

Odisha

୨୪ ଲଢେଇ ପାଇଁ ବିଜେପିର ଚିନ୍ତନ ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୨୪ ଲଢେଇ ପାଇଁ ବିଜେପିର ଚିନ୍ତନ ବୈଠକ

ଅର୍ଗସ ବ୍ୟୁରୋ:  ୨୦୨୪ ସାଧାରଣ ନିର୍ବାଚନକୁ ମାତ୍ର କେଇଟା ମାସ ବାକି । କିଛି ଦିନ ପରେ ଲାଗୁ ହେବା ଆଦର୍ଶ ଆଚରଣ ବିଧି । ଆରମ୍ଭ ହୋଇଯିବ ସଭା, ସମିତି, କ୍ୟାମ୍ପେନିଂ, ରାଲି । ବିଭିନ୍ନ ସ୍ତରରେ ସବୁ ରାଜନୈତିକ ଦଳ ଆରମ୍ଭ କଲେଣି ଯୋଜନା, ଆଲୋଚନା । ଆଗାମୀ ନିର୍ବାଚନ ଦ୍ଵିମୁଖୀ ଲଢେଇର ଇସାରା ଦେଉଥିବା ବେଳେ ୨୪ ସାଧାରଣ ନିର୍ବାଚନ ପାଇଁ ରାଉରକେଲାରେ ରଣନୀତି ପ୍ରସ୍ତୁତ କରିଛି ବିଜେପି । ରାଷ୍ଟ୍ରୀୟ ସଂଗଠନ ମହମନ୍ତ୍ରୀ ବି.ଏଲ୍. ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଏବଂ ସହ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ଭଳି କେନ୍ଦ୍ରୀୟ ନେତୃତ୍ଵ ଦେଲେ ବିଜୟ ମନ୍ତ୍ର । ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଏବଂ ବିଭିନ୍ନ କମିଟିର ପାଖାପାଖି ୫୦ ନେତାଙ୍କୁ ନେଇ ଚିନ୍ତନ ବୈଠକରେ ମାନସମନ୍ଥନ କରିଛି ଦଳ ।

ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମଧ୍ୟ ଉପସ୍ଥିତ । ଷଷ୍ଠ ଥର ପାଇଁ ସରକାର ଗଠନର ସ୍ଵପ୍ନ ଦେଖୁଥିବା ବିଜେଡିକୁ ଧୁଳି ଚଟାଇ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ଲାଗି ରୋଡ ମ୍ୟାପ ତିଆରି କରୁଛି ବିଜେପି । ହିନ୍ଦୀ ହାର୍ଡ ଲ୍ୟାଣ୍ଡରେ ବିଜୟ ବାନା ଉଡେଇଲା ପରେ, ସେହିଭଳି ଢଙ୍ଗରେ ଓଡିଶା ଦଖଲର ଯୋଜନା କରୁଛି ଦଳ । ସଙ୍ଗଠନ ମଜଭୁତ ଓ ବୁଥ ମ୍ୟାନେଜମେଣ୍ଟ ନେଇ ହୋଇଛି ଆଲୋଚନା । ଫୋକସରେ ଯୁବ ଭୋଟର । ସବୁ ନିର୍ବାଚନ ମଣ୍ଡଳୀରେ ହେବ ଯୁବକ ସମ୍ମିଳନୀ ।

କୃଷକଙ୍କ ସମସ୍ୟା ସମାଧନ ଓ ଆୟ ବୃଦ୍ଧି, ଯୁବକଙ୍କୁ ରୋଜଗାର, ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଭଳି ପ୍ରସଙ୍ଗକୁ ପ୍ରାଇଓରିଟିରେ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବିଜେପି । ଲୋକଙ୍କ ସହ ସମ୍ପର୍କରେ ରୁହ, ଲୋକଙ୍କ ପାଖକୁ ଯାଅ । ବୈଠକ ବଡ ହେଉ କି ଛୋଟ, ଲୋକଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ଵ ।ଖୁବଶୀଘ୍ର ଓଡିଶା ଆସିବେ କେନ୍ଦ୍ରୀୟ ନେତା । ୨୧ ସଂସଦୀୟ କ୍ଷେତ୍ର ସମ୍ଭାଳିବେ ୨୧ କେନ୍ଦ୍ର ମନ୍ତ୍ରୀ ଓ ନେତା । ଓଡ଼ିଶାକୁ ମୋଦି, ଶାହା, ଯୋଗୀ ଆସିବେ । ଜାତୀୟ କାଉନସିଲ ବୈଠକ ପରେ କେନ୍ଦ୍ରୀ ନେତୃତ୍ଵଙ୍କ ଗସ୍ତ ଜାରି ରହିବ ।ଅନ୍ୟପଟେ ପୂର୍ବ ନିର୍ବାଚନ ଅପେକ୍ଷା ୨୪ରେ ଆହୁରି ଭଲ ଫଳାଫଳ ହେବ ବୋଲି କହିଛି ବିଜେଡି । ଆଉ କଂଗ୍ରେସ ମଧ୍ୟ ଓଡିଶାକୁ ଦଳର ଶୀର୍ଷ ନେତୃତ୍ଵ ମାନଙ୍କୁ ଆଣିବା ପାଇଁ କରୁଛି ଯୋଜନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୯ ନିର୍ବାଚନରେ ୨ ନମ୍ବରରୁ ୧ ନମ୍ବର ବିରୋଧୀ ଦଳ ହୋଇଥିଲା ବିଜେପି । ୨୦୧୪ ପରେ ୨୦୧୯ରେ ଲ୍ୟାଣ୍ଡ ସ୍ଲାଇଡ ଭିକ୍ଟ୍ରି ସହ ପୁଣି ମୋଦିଙ୍କୁ ଶାସନ ଭାର ଦେଇଥିଲେ ଦେଶବାସୀ । ଓଡ଼ିଶାରେ ମଧ୍ୟ ବିଜେପିକୁ ୮ ଲୋକସଭା ଆସନ ସହ ୩୮.୩୭ ପ୍ରତିଶତ ଭୋଟ୍ ମିଳିଥିଲା।  ବିଜେଡି ଓ ବିଜେପି ମଧ୍ୟରେ ଥିଲା ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ। 2019ର ଏହି ଗ୍ୟାପକୁ କାଟି ଆଗକୁ ବଢିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
୨୪ ଲଢେଇ ପାଇଁ ବିଜେପିର ଚିନ୍ତନ ବୈଠକ | Argus News