କାର୍ଯ୍ୟକାରିଣୀରେ 25 ବର୍ଷର ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି ଦଳ

Key Points
- ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ କର୍ମୀଙ୍କୁ ଜେପି ନଡ୍ଡାଙ୍କ ଗୁରୁମନ୍ତ୍ର
- ଦଳୀୟ ସଂଗଠନକୁ ମଜବୁତ୍ କରିବା ସହ ଲୋକଙ୍କ ସହ ଯୋଡ଼ି ହେବାକୁ ନିର୍ଦ୍ଦେଶ
- ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ ସୁଶାସନ ଉପରେ ଫୋକସ କରିବାକୁ ପରାମର୍ଶ
- ଗ୍ରାଉଣ୍ଡରୁ ସାଧାରଣ ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବାକୁ ଦେଲେ ଆହ୍ଵାନ
ପୁରୀ: ପୁରୀରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ପ୍ରଥମ ଦିନରେ ଦଳୀୟ ପତାକା ଉତ୍ତୋଳନ ସହ ବୈଠକକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୋହନ ସରକାରଙ୍କ ସମସ୍ତ ମନ୍ତ୍ରୀ, ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ତିନି ପ୍ରଭାରୀ । ଉଦଘାଟନୀ ସଭାରେ ଉଦବୋଧନ ଦେଇ ଅକ୍ଲାନ୍ତ ପରିଶ୍ରମ କରିଥିବା କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଧନ୍ୟବାଦ ଦେବା ସହ ଆଗାମୀ 25 ବର୍ଷକୁ ଆଖି ଆଗରେ ରଖି କାମ କରିବା ପାଇଁ ଦେଇଛନ୍ତି ମନ୍ତ୍ର । ଆହୁରି କହିଛନ୍ତି, ଲୋକସଭା ସିଟ ଡବଲ କରିବା ପାଇଁ କହିଥିଲି, ଆପଣ ମାନେ 20 ସିଟ ଦେଇଛନ୍ତି । ଲୋକସଭା ପାଇଁ 45 ପ୍ରତିଶତ ଏବଂ ବିଧାନସଭା ପାଇଁ 40 ପ୍ରତିଶତ ଭୋଟ ସହ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କର୍ମୀ ମାନଙ୍କୁ କୃତଜ୍ଞତା ଜଣାଇଲେ ନଡ୍ଡା । ସେହିପରି ରାଜ୍ୟ ସଭାପତି ମଧ୍ୟ କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ ।
ସେପଟେ ରାଜ୍ୟ କାର୍ଯ୍ୟକାରିଣୀ ପୂର୍ବରୁ ବସିଥିବା ପଦାଧିକାରୀ ବୈଠକରେ ପ୍ରସ୍ତୁତ କରାଯାଇଥିଲା ରାଜନୈତିକ ଖସଡ଼ା ।
1. ଦଳର କର୍ମୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ପାଇଁ ସୁପାରିଶ କରିଥିଲା ରାଜ୍ୟ ପଦାଧିକାରୀ ଟିମ୍ ।
2. ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ସହ ସଙ୍ଗଠନ କୁ ସଶକ୍ତ କରି ଦୀର୍ଘ ମିଆଦି ଭିଜନ ନେଇ କାମ କରିବାକୁ ରଣନୀତି
3. ପୂର୍ବ ସରକାରରେ ବାଟମାରଣା ହେଉଥିବା କେନ୍ଦ୍ରୀୟ ଯୋଜନା ସହ ରାଜ୍ୟ ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନେବାକୁ ପରାମର୍ଶ
4. ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ସୁଶାସନ ଉପରେ ଫୋକସ କରିବାକୁ ପରାମର୍ଶ ଦିଆଯାଇଛି
5. ନିର୍ବାଚନୀ ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପାଳନ ଉପରେ ଗୁରୁତ୍ବ
ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଓଡ଼ିଆ ଅସ୍ମିତାର ଝଲକ । ପୁରୀ ଠାରେ ଆୟୋଜିତ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଛି ଓଡ଼ିଆ, ଭାଷା, ସଂସ୍କୃତି ଓ ଅସ୍ମିତାର ନିଦ୍ଦର୍ଶନ । କାର୍ଯ୍ୟକାରିଣୀ ସଭା ସ୍ଥଳରେ ଓଡ଼ିଶାର ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର ଓ କବି ମାନଙ୍କ ଫଟୋ ଚିତ୍ର ଏବଂ ବାର୍ତ୍ତାକୁ ସ୍ଥାନ ଦେଇ ସମ୍ମାନ ଜଣାଇଛି ବିଜେପି । ସଭା ମଞ୍ଚରେ ସ୍ଥାନ ପାଇଛି କୋଣାର୍କ ଚକ ସହ ଶ୍ରୀମନ୍ଦିର ନୀଳଚକ୍ରର ପ୍ରତିକୃତି । ଏହାସହ ଉତ୍କଳର ବୈଭବଶାଳୀ ଇତିହାସ, ପୁରାତନ ମନ୍ଦିର ଏବଂ ପ୍ରସିଦ୍ଧ କଳାକୃତିରେ ସଜେଇ ହୋଇଛି କାର୍ଯ୍ୟକାରିଣୀ ସଭା ସ୍ଥଳ । ସେହିପରି ମୋଦି ସରକାରଙ୍କ ବିକାଶ ମୂଳକ ତଥା ଜନ କଲ୍ୟାଣକାରୀ ଯୋଜନାର ବିସ୍ତୃତ ବିବରଣୀ ମଧ୍ୟ ପ୍ରଦର୍ଶିତ କରାଯାଇଛି ।
📱 Get Argus News App
✨ଆହୁରି ପଢନ୍ତୁ ରାଜନୀତି ଖବର...