କଳାପଥର କେଳେଙ୍କାରୀ ଧର୍ମଶାଳା ଚାଷୀଙ୍କ ପାଇଁ ସାଜିଛି କାଳ

Key Points
- କଳାପଥର କେଳେଙ୍କାରୀ ଧର୍ମଶାଳା ଚାଷୀଙ୍କ ପାଇଁ ସାଜିଛି କାଳ
- ରାଣୀବନ୍ଧ ଡ୍ୟାମ୍ ପୋତିଦେଲେ ପଥର ମାଫିଆ, ଜମିକୁ ମିଳୁନି ଜଳ
- ବିଜେଡି ସରକାରରେ ଜଳସେଚନ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ
- ହେଲେ ଶୁଖିଲା ପଡିଛି ଜମି, ଧର୍ମଶାଳା ଚାଷୀ ସର୍ବସ୍ବାନ୍ତ
ଅର୍ଗସ ବ୍ୟୁରୋ: ଦୀପ ତଳ ଅନ୍ଧାର। ଯାଜପୁର ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡ଼ପୁର ପାହାଡ଼ର ଦୁର୍ମୂଲ୍ୟ କଳାପଥର ଲୁଟି ପଥର ମାଫିଆ ମାଲାମାଲ। କିନ୍ତୁ ଜମିକୁ ପାଣି ଟୋପେ ପାଇଁ ଏ ଅଞ୍ଚଳର ଚାଷୀଙ୍କ ଅବସ୍ଥା ବେହାଲ। ପୋତି ହୋଇଗଲାଣି ରାହାଡ଼ପୁର ପାହାଡ଼ର ପାଦ ଦେଶରେ ଥିବା ରାଣୀବନ୍ଧ ଡ୍ୟାମ। ଏଥିସହ ଡ୍ୟାମକୁ ସଯୋଗ କରୁଥିବା ନାଳ ବି ପୋତା ପଡ଼ିଗଲାଣି। ଡ୍ୟାମର ଏପରି ପରିସ୍ଥିତି ବେଆଇନ ପଥର ଉତ୍ତୋଳନ ପାଇଁ। ବାରମ୍ବାର ଡିନାମାଇଟ୍ ଫୁଟାଇ ପାହାଡରେ ବିସ୍ଫୋରଣ କରିବା ଯୋଗୁଁ ପଥର ପଡ଼ି ପୋତି ହୋଇଯାଇଛି ଡ୍ୟାମ୍। ଅଶୀ ଦଶକରେ ନିର୍ମିତ ରାଣୀବନ୍ଧ ଡ୍ୟାମ ସ୍ଥାନୀୟ ଚାଷୀଙ୍କ ପାଇଁ ବଡ଼ ଭରସା ଥିଲା। କିନ୍ତୁ କଳାପଥର ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁଁ ଡ୍ୟାମ ଏବେ ଅଚଳ। ଚାଷୀଙ୍କ ଜମିକୁ ମାଡ଼ିପାରୁନି ପାଣି। ଚାଷୀ କୂଳ ମଧ୍ୟରେ ହାହାକାର।
ସରକାରୀ ତଥ୍ୟ କହୁଛି ବିଜେଡି ସରକାର ଅମଳରେ ବଡ଼ଚଣା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। 2022ଏପ୍ରିଲ 2 ତାରିଖରେ 32ଲକ୍ଷ 95ହଜାର 132ଟଙ୍କା ଖର୍ଚ୍ଚ କରାଯାଇଥିଲା I ପୁଣି ଜୁନ 22 2022 ରେ 1ଲକ୍ଷ 62ହଜାର ଖର୍ଚ୍ଚ କରାଯଇଥିଲା I ତେବେ ଏହା
ଚାଷୀଙ୍କ କାମରେ ଆସିଲା ନାହିଁ। ଆଜି ବି ଜମିକୁ ପହଞ୍ଚି ପାରୁନି ପାଣି।
ବିଜେଡି ସରକାରରେ ଧର୍ମଶାଳାରେ ଚାଲିଥିଲା ପଥର ମାଫିଆଙ୍କ ରାଜ୍। ବେଆଇନ ଭାବେ କୋଟି କୋଟି ଟଙ୍କାର କଳା ପଥର ଲୁଟ୍ ହେଉଥିଲା। ଯାହା ପଛରେ ଜିଲ୍ଲାର ପ୍ରଭାବଶାଳୀ ବିଜେଡି ନେତାଙ୍କ ପୋତ୍ସାହନ ନେଇ ହୋଇଥିଲା ଅଭିଯୋଗ। ପଥର ଲୁଟ୍ ର ନିଶାରେ ସ୍ଥାନୀ ଚାଷୀଙ୍କ ପେଟରେ ବି ଲାତ ମାରିଦେଲେ ନବୀନ ସରକାର। ଏବେ ସରକାର ବଦଳିବା ପରେ ପଥର ମାଫିଆ ହେବେ କି ସାବାଡ୍ ? ଧର୍ମଶାଳା ଚାଷୀଙ୍କ ଦୁଃଖ ଦୂର କରିବେ କି ମୋହନ ସରକାର ?
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...