ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବୁଲୁଛି କଳାବାଘ
·1 year ago

ଅର୍ଗସ ବ୍ୟୁରୋ: ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବୁଲୁଛି କଳାବାଘ । ପୁଣି ଥରେ ଏହି କଳାବାଘ ବୁଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ । ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ କାମ ଆଗେଇ ଚାଲିଛି । ଏପରି ସମୟରେ ଏହି ଚିତ୍ର ସାମ୍ନାକୁ ଆସିଛି । ଫଳରେ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଗତ ମେ’ ମାସରେ ଶିମିଳିପାଳରେ ମହାବଳ ଓ କଳା ବାଘ ସାଙ୍ଗ ହୋଇ ବୁଲୁଥିବାର ଦେଖିବାକୁ ମିଳିଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: