Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣା: ଆଉ ଜଣେ ମୃତ

Odisha

ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣା: ଆଉ ଜଣେ ମୃତ

Ritu Das
Browse all articles by Ritu Das
·2 years ago
ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣା: ଆଉ ଜଣେ ମୃତ

ଅର୍ଗସ ବ୍ୟୁରୋ: ହାଇଟେକ ମେଡିକାଲରେ ବିସ୍ଫୋରଣ ଘଟଣାରେ ୪ଜଣ ଗୁରୁତର ଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ଡେଲାଙ୍ଗ ଚାଇପୁର ଗାଁର ଶ୍ରୀତମ ସାହୁ। ଅନ୍ୟ ଦୁଇ ଗୁରୁତରଙ୍କର ଏବେ ବି ଚିକିତ୍ସା ଚାଲିଥିବା ସୂଚନା ମିଳିଛି। 

ଗତ ୨୯ ତାରିଖ ସନ୍ଧ୍ୟାରେ ହସ୍ପିଟାଲ ଭିତରେ ବିସ୍ଫୋରଣ ଘଟିଥିଲା। ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ ସିଲିଣ୍ଡର। ଏହି ଘଟଣାରେ ଦୁଇଦିନ ତଳେ ଖୋର୍ଦ୍ଧା ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିଲା। ପରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ମ୍ରିୟମାଣ ହୋଇ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Blast at Hitech | Argus News