ନିର୍ବାଚନ ବେଳେ ମାଓ ହିଂସା; CRPF ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଆହତ
·1 year ago

କୋରାପୁଟ: ଛତିଶଗଡ ବିଜାପୁରରେ ବିସ୍ଫୋରଣ । ନିର୍ବାଚନକୁ ଭଣ୍ଡୁର କରିବାକୁ ଉଦ୍ୟମ । ମାଓବାଦୀମାନେ ନିର୍ବାଚନ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି । ମାୱାଦୀଙ୍କ ଆଇଇଡି ବିସ୍ଫୋରଣରେ ସିଆରପିଏଫର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଭୈରମଗଡ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛତିଶଗଡର ମାଓ ପ୍ରଭାବିତ ବସ୍ତର ଲୋକସଭା ଆସନ ପାଇଁ ଆଜି ଭୋଟିଂ ଚାଲିଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ।
ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେଉଛନ୍ତି ଜନତା । ତେବେ ସମସ୍ତ ସୁରକ୍ଷା ସତ୍ତ୍ୱେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଛନ୍ତି ମାଓବାଦୀ ।
ଆହୁରି ପଢନ୍ତୁ ରାଜନୀତି ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: