ଷ୍ଟିଲ ପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ
·2 years ago·1 min read

କେନ୍ଦୁଝର: କେ.ଜେ.ଏସ୍. ଆହ୍ଲୁୱାଲିଆ ପ୍ଲାଣ୍ଟରେ ବିସ୍ଫୋରଣ । କେନ୍ଦୁଝର, ରୁଗୁଡ଼ି ଥାନା, ବରପଦା ଠାରେ ଥିବା ପ୍ଲାଣ୍ଟରେ ଏହି ଅଘଟଣ ହୋଇଛି । ଆଜି ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ପଙ୍କଚର ହୋଇ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି ।
ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲାବେଳେ ସେ ସମୟରେ ପାଖରେ କେହି ଶ୍ରମିକ ନଥିବାରୁ ଏଥିରେ କେହି ମୃତାହତ ହୋଇନାହାନ୍ତି । ଏନେଇ ପ୍ଲାଣ୍ଟର ମାନବ ସମ୍ବଳ ଅଧିକାରୀ ଚାରୁ ଚନ୍ଦ୍ର ନାଏକ କହିଛନ୍ତି । ତେବେ ସୁରକ୍ଷାରେ ଅବହେଳା କାରଣରୁ ଆଗରୁ ମଧ୍ୟ ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଧନଜୀବନ ହାନି ଘଟିଛି।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: