Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Blind Belief / ଗୁଣି ଗାରେଡ଼ିରୁ ଚାଲିଗଲା ଜୀବନ

Rashmita Mishra
Browse all articles by Rashmita Mishra
·7 months ago·2 min read
ଗୁଣି ଗାରେଡ଼ିରୁ ଚାଲିଗଲା ଜୀବନ
Blind Belief

Key Points

ଜୀବନ ନେଲା ଅନ୍ଧବିଶ୍ୱାସ ...
ଗୁଣି ଗାରେଡ଼ି ପାଇଁ ମାଟିରେ ପୋତି ହୋଇ ଘର ମାଲିକ ମୃତ ।
କେନ୍ଦ୍ରାପଡ଼ାରେ ନିକିରାଇ ଥାନା ପାଳକଣା ଗାଁରେ ଅଭାବନୀୟ ଘଟଣା । 

ଅନ୍ଧବିଶ୍ୱାସରୁ ଚାଲିଗଲା ଜୀବନ। ଘର ଖୋଳି ଗୁଣିଗାରେଡ଼ି ପୂଜା ଚାଲିଥିବା ବେଳେ ଧସିଗଲା ମାଟି। । ମାଟିରେ ପୋତି ହୋଇ ଘର ମାଲିକ ମୃତ । କେନ୍ଦ୍ରାପଡ଼ାରେ ନିକିରାଇ ଥାନା ପାଳକଣା ଗାଁରେ ଅଭାବନୀୟ ଘଟଣା । ମୃତକ ସେହି ଗାଁର ଜଗବନ୍ଧୁ ମହାରଣା । ଜଗବନ୍ଧୁ ମହାରଣାଙ୍କ ଘରେ ଚାଲିଥିଲା ଗୁଣି ଗାରେଡ଼ି ପୂଜା ।

ଏଥିପାଇଁ ୧୦ ଫୁଟ ଗଭୀର ଗାତ ଖୋଲା ଯାଇଥିଲା । ଗାତ ଭିତରେ ପଶି ମାଟି ଖୋଳୁଥିବା ବେଳେ ଜଗବନ୍ଧୁଙ୍କ ଉପରେ ମାଟି ପଡିଯାଇଥିଲା । ଫଳରେ ଜଗବନ୍ଧୁ ମାତି ତଳେ ରହିଯାଇଥିଲା । ସ୍ଥାନିୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଅନ୍ୟପକ୍ଷରେ ଗ୍ରାମବାସୀ ଦୁଇ ଗୁଣିଆଙ୍କୁ ଅଟକ ରଖିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାନୁଯାୟୀ କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଘଟିଛି ଏହି ଅଘଟଣ । ଜଗବନ୍ଧୁ ମହାରଣାଙ୍କ ଘରେ ଚାଲିଥିଲା ଗୁଣି ଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ଚାଲିଥିଲା ପୂଜା । ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା । ଫଳରେ ଜଗବନ୍ଧୁ ମାତି ତଳେ ରହିଯାଇଥିଲା । ଗ୍ରାମବାସୀ ଦୁଇ ଗୁଣିଆଙ୍କୁ ଅଟକ ରଖିଛନ୍ତି ।

ଏଥିସହ ପଢ଼ନ୍ତୁ: ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ଧଉଳି ଗଣଦୁଷ୍କର୍ମ ମାମଲା, ଗିରଫ ହେବ ମୁଖ୍ୟ ଅଭିଯୁକ୍ତ 

ଜୀବନ ନେଇଗଲା ଅନ୍ଧବିଶ୍ଵାସ । ଗ୍ରହ ଶାନ୍ତି ପାଇଁ ପୂଜା ବେଳେ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା କୋର ପଞ୍ଚାୟତ ପାଳକଣା ଗାଁରେ ଗ୍ରହଶାନ୍ତି ପାଇଁ ମାଟି ଖୋଳିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଗବନ୍ଧୁ ମହାରଣା ।

ଖୋଳାଖୋଳି କାର୍ଯ୍ୟରେ ସହଯୋଗ କରୁଥିବା ୩ ତାନ୍ତ୍ରିକଙ୍କ ମଧ୍ୟରୁ ଜଣେ ଫେରାର ହୋଇ ଯାଇଛନ୍ତି । ଅନ୍ୟ ୨ ଜଣଙ୍କୁ ଗାଁଲୋକେ ପୋଲିସ ଜିମା ଦେଇଛନ୍ତି । ଗୁଣିଆମାନେ ନେମାଳ ଅଞ୍ଚଳର। ପୋଲିସର ସୂଚନା ଅନୁଯାୟୀ, ଜଗବନ୍ଧୁଙ୍କ ଘରେ ବିଭିନ୍ନ ପ୍ରକାରର ଅଶାନ୍ତି ଲାଗି ରହିଥିଲା । ତେଣୁ ସେ ନେମାଳ ଅଞ୍ଚଳର ଜଣେ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ ।

ତାନ୍ତ୍ରିକ ଜଗବନ୍ଧୁଙ୍କୁ କହିଥିଲେ ଘର ଚାରିପଟେ ଏକ ଅତୃପ୍ତ ଆତ୍ମା ବୁଲୁଛି । ଏହି ଅତୃପ୍ତ ଆତ୍ମାର ପ୍ରଭାବରେ ଘରେ ଅଶାନ୍ତି ଲାଗି ରହୁଛି। ଘର ପଛପଟ ଖୋଳିଲେ ମଣିଷ କଙ୍କାଳ ମିଳିବ । ଏହା ସହ ସୁନା ରୂପା ମଧ୍ୟ ମିଳିବ । ଗ୍ରହଶାନ୍ତି ହୋଇଯିବ। ଜଗବନ୍ଧୁ ତାନ୍ତ୍ରିକ କଥାରେ ରାଜିହୋଇ ଯୋଜନା ମୁତାବକ ମଙ୍ଗଳବାର ସନ୍ଧ୍ୟା ୭ଟାରେ ନେମାଳର ୩ ଜଣ ତାନ୍ତ୍ରିକ ଜଗବନ୍ଧୁଙ୍କ ଘରେ ପହଞ୍ଚିଥିଲେ । ଜଗବନ୍ଧୁ ମାଟି ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ ।

ଜଗବନ୍ଧୁଙ୍କ ବଡ଼ ଭାଇ ଚନ୍ଦ୍ରଭାନୁ ତାଙ୍କୁ ମାଟି ଖୋଳା କାର୍ଯ୍ୟରେ ସହଯୋଗ କରୁଥିଲେ । ଜଗବନ୍ଧୁ ଗାତରେ ପଶି ମାଟି ଖୋଳିଥିଲେ । ହେଲେ କିଛି ବାହାରି ନଥୁଲା । ତାନ୍ତ୍ରିକ ଅଧିକ ମାଟି ଖୋଳିବା ପାଇଁ କହିଥିଲେ । ହେଲେ ଗାତରୁ ମାଟି ବାହାର କରୁଥିବା ବେଳେ ମାଟି ଅତଡା ଧସିଥିଲା । ଫଳରେ ଜଗବନ୍ଧୁ ଫସି ଅଣନିଃଶ୍ଵାସୀ ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ନିକିରେଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Blind Belief | Blind Belief Claims a Life | Argus News