Minor Girl Raped / ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ଧଉଳି ଗଣଦୁଷ୍କର୍ମ ମାମଲା, ଗିରଫ ହେବ ମୁଖ୍ୟ ଅଭିଯୁକ୍ତ

Key Points
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ଧଉଳି ଗଣଦୁଷ୍କର୍ମ ମାମଲା ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ ।
ଧଉଳି ଗଣଦୁଷ୍କର୍ମ ମାମଲା । ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ ମାମଲା । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ । ଆଜି କ୍ରାଇମସ୍ପଟ ପରିଦର୍ଶନ କରିଥିଲେ ମହିଳା କମିଶନ ଟିମ । ଥାନାକୁ ଯାଇ ପୋଲିସ ସହ ମଧ୍ୟ କରିଥିଲେ ଆଲୋଚନା ।
ଗତ ୧୦ ତାରିଖରେ ଘଟିଥିଲା ଏଭଳି ଜଘନ୍ୟ କାଣ୍ଡ । ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି । ସୂଚନାନୁସାରେ ଧଉଳି ସ୍ଥିତ ନଦୀ ପଠାକୁ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା ।
ଅଭିଯୁକ୍ତମାନେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହ ଗାଡି ଚାବି ଛଡାଇ ନେଇଥିଲେ । ନଦୀ ପଠାରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହା ପରେ ପଥର ଛେଚି ମାରିଦେବାକୁ ଉଦ୍ୟମ କରିଥିଲେ । ଅଭିଯୋଗ ପରେ ଧଉଳି ଥାନା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।କଟକରୁ ଆସି ଭୁବନେଶ୍ୱରରେ ରଚିଥିଲେ ନାରକୀୟ କାଣ୍ଡ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଧଉଳି ଥାନା ଅଞ୍ଚଳ ଦୟା ନଦୀ କୂଳରେ। ପୋଲିସ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ପହଞ୍ଚିଲେ ସୁଦାନରେ ଫସିଥିବା ଓଡ଼ିଆ ପୁଅ, ବଖାଣିଲେ ଅପହରଣର କଳା କାହାଣୀ
ଅନ୍ୟପଟେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମହିଳା କମିଶନ ସଦସ୍ୟା । ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ ପରେ କ୍ରାଇମ ସ୍ପଟ୍ରେ ପହଞ୍ଚିଲେ । ଘଟଣାକୁ ଗୁରୁତର ସହ ନିଆଯାଇଛି, ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମହିଳା କମିସନ ସଦସ୍ୟା ଉର୍ମିଳା ମହାପାତ୍ର ।
ସେପଟେ ଧଉଳି ଗଣଦୁଷ୍କର୍ମ ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ସରକାର କୌଣସି ବି ଅପରାଧକୁ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ସବୁ ମାମଲରେ ଯଥାର୍ଥ ପଦକ୍ଷେପ ନେବା ସହ ଗିରଫଦାରୀ ହୋଇଛି । ଧଉଳି ଘଟଣାରେ ବି ସରକାର ଉଚିତ ପଦକ୍ଷେପ ନେବେ । ସରକାର ଫାଷ୍ଟ ଟ୍ରାକ ମହିଳା କୋର୍ଟ ବାବଦରେ ଚିନ୍ତା କରୁଛନ୍ତି । ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ।
"ରେଡ୍ ଫ୍ଲାଗ୍ କେସ୍" କ'ଣ ?
ଯେକୌଣସି ମାମଲା "ରେଡ୍ ଫ୍ଲାଗ୍ କେସ୍" ଭାବରେ ଚିହ୍ନଟ ହେଲେ ସେହି କେସକୁ ପ୍ରଥମ ପ୍ରଥମିକତା ଦିଆଯାଏ । ଏହି ମାମଲା ବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ନେବା ସହ ବିଶେଷ ଧ୍ୟାନ ଦିଆଯାଏ । କ୍ରାଇମବ୍ରାଞ୍ଚ ଦ୍ୱାରା ଏପରି ମାମଲା ଚିହ୍ନଟ ହେବା ପରେ ଜିଲ୍ଲା ଏସପି,ଡିସିପି,ଏସଆରପି ଅଫିସରଙ୍କ ସହ ମିଳିତ ଭାବରେ ତଦନ୍ତ ଆରମ୍ଭ ହୋଇଥାଏ ।
ନାବାଳିକା, ଯୁବତୀ କିମ୍ୱା ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା, ମାନବ ଚାଲାଣ କେସକୁ ସମ୍ବେଦନନଶୀଳ କେସ ଭାବେ ବିବେଚନା କରାଯାଏ । କିନ୍ତୁ ଗ୍ୟାଙ୍ଗ ରେପ ବା ଗଣଦୁଷ୍କର୍ମ ଯାହାକି ଅତି ସମ୍ବେଦନଶୀଳ କେସକୁ ‘ରେଡ଼ ଫ୍ଲାଗ’ ଅନ୍ତର୍ଭୁକ୍ତ କରାଯାଏ । କ୍ରାଇମ ଏଗେଂଷ୍ଟ ଓମେନ କ୍ଷେତ୍ରରେ ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୨୦୧୪ ରେ ଏହାକୁ ଆରମ୍ଭ କରାଯାଇଥିଲା । ‘ରେଡ଼ ଫ୍ଲାଗ’ ଟ୍ୟାଗ ଦ୍ୱାରା ପିଡିତାଙ୍କୁ ତ୍ୱରିତ ନ୍ୟାୟ ଓ ଦୋଷୀଙ୍କୁ ଶୀଘ୍ର ଦଣ୍ଡବିଧାନ କରାଯାଇଥାଏ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories