ବିଦ୍ୟୁତ ସଂସ୍ପର୍ଶରେ ଆସି ପଡିଆ ବ୍ଲକ ଯୋଗାଣ ଅଧିକାରୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଯୋଗାଣ ଅଧିକାରୀଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣା ପଡିଛି l ମୃତ ଯୋଗାଣ ଅଧିକାରୀ ଜଣଙ୍କ କୁମୁଦମୟ ଗମାଙ୍ଗୋ (28) ବୁଲି ଜଣା ପଡିଛି। ସୂଚନାରୁ ପ୍ରକାଶ ଯେ, ଶ୍ରୀ ଗମାଙ୍ଗୋ ପୂର୍ବରୁ କାଲିମେଳା ବ୍ଲକ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ପଡିଆ ବ୍ଲକରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ l ଗମାଙ୍ଗୋ କାଲିମେଳା ସରକାରୀ କ୍ଳଷ୍ଟର ରୁମ ନମ୍ବର 9ରେ ରହି ଆସୁଥିଲେ l ତେବେ ସୋମବାର ସକଳ ପ୍ରାୟ 8ଟାରୁ 9ଟା ଭିତରେ ନିଜ କ୍ୱାର୍ଟର୍ସ ଘରେ ଆଇରନ ଦେଉଥିବା ସମୟରେ କୌଣସି ମତେ ବିଦ୍ୟୁତ ସଂସ୍ପର୍ଶରେ ଆସି ସେଠାରେ ତଳେ ପଡି ଯାଇଥିଲେ।
ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି l ଗମାଙ୍ଗୋଙ୍କ ଘର ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଲଛମନଗୁଡା ଗ୍ରାମର ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ପଦ୍ମପୁର ରେ ରହୁଥିବା ଜଣା ପଡିଛି l ଖବର ପାଇ କାଲିମେଳା ଥାନା ଅଧିକାରୀ ଚନ୍ଦ୍ର କାନ୍ତି ତାଣ୍ଡି ପହଞ୍ଚି ମୃତଦେହ ଜବତ କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଖବର ପାଇ କାଲିମେଳା ବିଡିଓ ପ୍ରଦୀପ କରଙ୍କ ସମେତ ଅନ୍ୟ ବ୍ଲକ କର୍ମଚାରୀ ପହଞ୍ଚିଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର