Videos
|
Odisha

ରାତି ସାରା ଶବ ରଖି ରାସ୍ତା ଅବରୋଧ  

Manini Pattanayak
Browse all articles by Manini Pattanayak
·2 years ago
ରାତି ସାରା ଶବ ରଖି ରାସ୍ତା ଅବରୋଧ  

ଝାରସୁଗୁଡା: ରାତି ସାରା ଶବ ରଖି ରାସ୍ତା ଅବରୋଧ । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ କଙ୍କରାମୁଣ୍ଡା ନାଳ ପାଖରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଚୈତନ୍ୟ ରକ୍ସା ଙ୍କ ମୃତ୍ୟୁ ଘଟିଛି । ରାତି ପ୍ରାୟ ୭ଟା ସମୟରେ କୌଣସି କାମରେ ବିରାମଡ଼ିହି ଗ୍ରାମ ପଟେ ଚାଲି ଚାଲି ଯାଉଥିବା ବେଳେ ହାଇୱାଟି ତାଙ୍କ ଉପରେ ଚଢ଼ିଯାଇଥିଲା ଏବଂ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

 ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇ ଥିବାବେଳେ ଶବ ରଖି ରାସ୍ତାରୋକ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ କଙ୍କରାମୁଣ୍ଡା ରାସ୍ତା ଅବରୋଧ ଏ ପର୍ଯ୍ୟନ୍ତ ହଟି ନାହିଁ। କ୍ଷତିପୂରଣ ଦାବି ରେ ଅଟଳ ରହିଛନ୍ତି ସ୍ଥାନୀୟ ଲୋକେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There was tension among the villagers regarding the incident and the road was blocked by keeping the dead body | Argus News