Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦଇତାପତି ନିଯୋଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Odisha

ଦଇତାପତି ନିଯୋଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Smruti Parija
Browse all articles by Smruti Parija
·1 year ago·1 min read
ଦଇତାପତି ନିଯୋଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଦଇତାପତି ନିଯୋଗ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ନିଯୋଗ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁରୀ ସିଡିଏମଓ ରୁପଭାନୁ ମିଶ୍ର, ଦଇତାପତି ନିଯୋଗ ସଭାପତି ଜଗନ୍ନାଥ ଦାସ ମହାପାତ୍ର, ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଯୁବ, ବରିଷ୍ଠ ଦଇତାପତି ମାନେ ସାମିଲ୍ ହୋଇଥିବାବେଳେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। 

ସେହିପରି ଆଜି ସନ୍ଧ୍ୟାରେ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଦଇତାପତି ସମ୍ପ୍ରଦାୟର ବୈଜ୍ୟଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ପ୍ରମୁଖ ଯୋଗଦେବେ । ଆଗାମୀ ଦିନରେ ଦଇତାପତି ସମ୍ପ୍ରଦାୟର ମହିଳାମାନଙ୍କୁ ନେଇ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି କହିଛନ୍ତି ନିଯୋଗର ସମ୍ପାଦକ ତଥା ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
blood-donation-camp-organised-by-daitapati-nijoga-at-puri | Argus News