11 ସୁତ୍ରୀ ଆଡ଼ଭାଇଜରୀ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ୱର: ରାଜଧାନୀର ସମସ୍ତ ପୂଜା ମଣ୍ଡପ ପାଇଁ ବିଏମସି ଆଡଭାଇଜରୀ । 11 ସୁତ୍ରୀ ଆଡ଼ଭାଇଜରୀ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । ଦୁର୍ଗାପୂଜା ପାଳନ ଅବସରରେ ପୂଜାକୁ ନିରାପଦ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଜାରି ହୋଇଛି ଆଡଭାଇଜରୀ । ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ନିର୍ଦେଶାବଳୀରେ ଅପିଲ କରିଛି ବିଏମସି ।
ମୃଣ୍ମୟୀ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର, ପ୍ରସାଦ ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ବ୍ୟବହାର ପାଇଁ ନିର୍ଦ୍ଦେଶ ଜାରି ହୋଇଛି । କଦଳୀ ପତ୍ର, ଶାଳ ପତ୍ର, କାଗଜ ପ୍ଲେଟ, କପ୍, ମାଟି ପାତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପୂଜା ମଣ୍ଡପ ପାଖରେ ବଡ ବଡ ଡଷ୍ଟବିନ୍ ରଖିବା ସହ ମଣ୍ଡପ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବା ପାଇଁ ସତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ସମସ୍ତ ପ୍ରକାର ବିଦ୍ୟୁତ୍ ସଂଯୋଗ ପ୍ରତି ଧ୍ୟାନ ଦେବା ସହ ଲୋକଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ସଂଖ୍ୟକ ସିକ୍ୟୁରିଟି କର୍ମୀ ମୁତୟନ କରିବାକୁ ଆଡଜଭାଇଜରୀ ଜାରି କରିଛି ବିଏମସି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
