Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାର ରିପୋର୍ଟ ଦେଲା BMC

Manini Pattanayak
Browse all articles by Manini Pattanayak
·2 years ago·1 min read
ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାର ରିପୋର୍ଟ ଦେଲା BMC

ଭୁବନେଶ୍ୱର:  ଆସିଲା ଭୁବନେଶ୍ବର ମସଜିଦ କଲୋନୀ ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାର ରିପୋର୍ଟ । ତଳିଆ କର୍ମଚାରୀଙ୍କ ଉପରକୁ ଦୋଷ ଠେଲି ଖସିଯିବାକୁ ଉଦ୍ୟମ କରିଛି ବିଏମସି । ଘଟଣାରେ ଜେଇଙ୍କୁ ସୋ କଜ ନୋଟିସ ଦିଆଯାଇଛି। ତଳିଆ କର୍ମଚାରୀ ମାନଙ୍କ ଉପରେ ଦୋଷ ଦେବା ସହ ଅର୍ଥାଭାବକୁ ଦାୟୀ କରାଯାଇଛି ।  ପୂର୍ବରୁ ମଧ୍ୟ ମୁକୁଳା ଡ୍ରେନ ପାଇଁ ଜୀବନ ଯାଇଛି। ଆଉ ବିଏମସି ମଧ୍ୟ ନିଜ ମୁଣ୍ଡରୁ ଦୋଷ ହଟାଇବା ନଜିର ରହିଛି। ଏନେଇ ନଗର ଉନୟନ ବିଭାଗକୁ ରିପୋର୍ଟ ଦେଇଛି ବିଏମ୍ସି ।

ଡ୍ରେନ କାମ ନେଇ ସେହି ସମୟରେ ଡ୍ରେନଜ ବିଭାଗର କାଯ୍ୟରତ ଅଧକାରୀଙ୍କୁ ଦାୟୀ କରାଯାଇଛି । ଭୁବନେଶ୍ବରରେ କେତେ କିଲୋମିଟର ଡ୍ରେନ ମୁକୁଳା ଅଛି ଓ କେତୋଟି ଡ୍ରେନ ରେ ସ୍ଲାବ ନାହିଁ ବୋଲି ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦିଆଯାଇଛି। ଗତକାଲି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Report of death of minor floating in Bhubaneswar Masjid Colony drain | Argus News