Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Gutkha / ଭେଣ୍ଡିଂ ଜୋନ୍ ଓ ଓମଫେଡ୍ ବୁଥ୍‌ରେ ହେବ ଚଢ଼ାଉ; ବିଏମ୍‌ସି ଅଞ୍ଚଳରେ ଲାଗିବନି ଗୁଟଖା ସମ୍ବନ୍ଧୀୟ ହୋର୍ଡିଂ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଭେଣ୍ଡିଂ ଜୋନ୍ ଓ ଓମଫେଡ୍ ବୁଥ୍‌ରେ ହେବ ଚଢ଼ାଉ; ବିଏମ୍‌ସି ଅଞ୍ଚଳରେ ଲାଗିବନି ଗୁଟଖା ସମ୍ବନ୍ଧୀୟ ହୋର୍ଡିଂ
BMC Tightens Gutkha Ban With Raids and Hoarding Restrictions

Key Points

  • ରାଜଧାନୀରେ କଡ଼ାକଡ଼ି ପାଳନ ହେବ ଗୁଟଖା ନିଷେଧ ଆଇନ୍‌
  • ଭେଣ୍ଡିଂ ଜୋନ୍ ଓ ଓମଫେଡ୍ ବୁଥ୍‌ରେ ଗୁଟଖା ବିକ୍ରିକୁ ବାରଣ
  • ଗୁଟ୍‌ଖା ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବିଏମ୍‌ସି
  • ଆଗକୁ ଜୋରଦାର ହେବ ଗୁଟଖା ଏନଫୋର୍ସମେଣ୍ଟ
  • ବିଏମ୍‌ସି ଅଞ୍ଚଳରେ ଲାଗିବନି ଗୁଟଖା ସମ୍ବନ୍ଧୀୟ ହୋର୍ଡିଂ
ଭୁବନେଶ୍ଵର: ସରକାରଙ୍କ ଦ୍ୱାରା ଜାରି ଗୁଟଖା ନିଷେଧ ଆଇନକୁ କଡାକଡି ଭାବେ ପାଳନ କରିବ ବିଏମ୍‌ସି । ଏନେଇ ବିଏମ୍‌ସିର ସାଧାରଣ ପରିଷଦ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଗକୁ ବିଏମ୍‌ସି ପକ୍ଷରୁ ଜୋରଦାର ହେବ ଗୁଟଖା ଏନଫୋର୍ସମେଣ୍ଟ ।

ବୁଧବାର ଭୁବନେଶ୍ୱର ମହାନଗର ନିଗମ (BMC)ର ୩୮ ତମ ସାଧାରଣ ପରିଷଦ ଓ ସ୍ୱତନ୍ତ୍ର ଚିଠା ବଜେଟ୍ ଉପସ୍ଥାପନ ବୈଠକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଏମସି ମେୟର ସୁଲୋନଚା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ବିଏମ୍‌ସି କମିଶନର ଚଞ୍ଚଳ ରାଣା ଖଣ୍ଡଗିରି କୁମ୍ଭମେଳା ସୁରୁଖୁରୁରେ ଚାଲିଥିବା ଗୃହକୁ ଅବଗତ କରାଇଥିଲେ । ସେହିପରି ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁରଖୁରୁରେ କରିବା ପାଇଁ ମଧ୍ୟ ସମସ୍ତ କର୍ପୋରେଟରଙ୍କର ସହଯୋଗ କାମନା କରିଥିଲେ କମିଶନର ।

ଏଥିସହ ପଢ଼ନ୍ତୁ: ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ

ନିଜ ନିଜ ୱାର୍ଡକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ କର୍ପୋରେଟରମାନେ ଜୋରଦାର ଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି କମିଶନର । ୧୫ତମ ଫାଇନାନ୍ସ କମିଶନରଙ୍କ ଅର୍ଥ ଆସିବାର ଅଛି । ଗୋଶାଳା, ବିଭିନ୍ନ ମାର୍କେଟ ଆଦିର ନବୀକରଣ ନିମନ୍ତେ ମଧ୍ୟ ସରକାରୀ ଅନୁଦାନ ମିଳିବ ।

ସେହିପରି ରାସ୍ତା, ଡ୍ରେନ, ଆଦି କାର୍ଯ୍ୟ ପାଇଁ ମଧ୍ୟ ସରକାରୀ ସହାୟତା ମିଳିବ । କେତେକ କାର୍ଯ୍ୟପାଇଁ ଟେଣ୍ଡର ହୋଇଥିବା ବେଳେ ଆଉ କେତେକ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାରେ ରହିଥିବା ଗୃହକୁ ଅବଗତ କରାଇଥିଲେ କମିଶନର ଚଞ୍ଚଳ ରାଣା ।

ମେୟର ସୁଲୋଚନା ଦାସ ତାଙ୍କ ଅଭିଭାଷଣରେ ବିଏମ୍‌ସିର ଆୟ ବୃଦ୍ଧି କରିବା ସମ୍ପର୍କରେ ଗୁରୁତ୍ଵାରୋପ କରିଥିଲେ । ବିଏମ୍‌ସିର ଆୟ ଯେଉଁ ଅନୁପାତରେ ବୃଦ୍ଧି ପାଇବ, ସେହି ଅନୁପାତରେ ୧୫ ଓ ୧୬ ତମ ଫାଇନାନ୍ସ କମିଶନରଙ୍କ ଅନୁଦାନ ମିଳିବ । ବିଏମ୍‌ସିର ଆୟ ବୃଦ୍ଧି କରିବା ନିମନ୍ତେ ନିୟମ ଅନୁଯାୟୀ କାର୍ଯ୍ୟକରିବାକୁ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ଭଡ଼ାରେ ଚାଲିଥିବା ଅର୍ବାନ ହେଲ୍‌ଥ ଆଣ୍ଡ ୱେଲନେସ୍ ସେଣ୍ଟର (UHWC)କୁ ଏଣିକି ସରକାର ଭଡ଼ା ଦେବେ ନାହିଁ । ସରକାରୀ ଗୃହ କିମ୍ବା ନିଜସ୍ୱ ଗୃହରେ ଚଳାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଏମ୍‌ସିର କୌଣସି ୟୁଏଚ୍ ଡବ୍ଲ୍ୟୁସିକୁ ବନ୍ଦ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।

ପାଣ୍ଡରା ନିକଟରେ ଅତ୍ୟାଧୁନିକ ମାଛ ମାର୍କେଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବର୍ଷା ଦିନ ପୂର୍ବରୁ ଇସ୍କନ ଓ ରସୁଲଗଡ଼ ଡ୍ରେନ କାମ ବର୍ଷା ଋତୁ ପୂର୍ବରୁ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରମୁଖ ଡ୍ରେନ ସହ ବିଭିନ୍ ଗଳିକନ୍ଦିରେ ଥିବା ଡ୍ରେନଗୁଡିକରୁ ପଙ୍କୋଦ୍ଧାର କାର୍ଯ୍ୟ ମଧ୍ୟ ବର୍ଷାଋତୁ ପୂର୍ବରୁ ସାରିବା ପାଇଁ କୁହାଯାଇଛି ।

ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ନବୀକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ । ୧ ନମ୍ବର ହାଟ ଅଗ୍ନିକାଣ୍ଡରେ ପ୍ରଭାବିତଙ୍କୁ ୩୦ ଦିନ ମଧ୍ୟରେ ଥଇଥାନ କରିବା ପାଇଁ ମଧ୍ୟ ଗୃହରେ ଆଲୋଚନା ହୋଇଛି ।

ଏଥିସହ ପଢ଼ନ୍ତୁ: ଅଜିତ ପାୱାରଙ୍କ ମୃତ୍ୟୁ ଖବର ମାଆ ଜାଣିବେନି ବୋଲି କାଟିଦେଲେ TV କେବୁଲ୍; ମୋବାଇଲ୍ କରିଦେଲେ ଫ୍ଲାଇଟ୍ ମୋଡ୍

ଗୁଟଖା ବିକ୍ରି ବନ୍ଦ ପାଇଁ ବିଏମ୍‌ସି ପଦକ୍ଷେପ ନେବ । ବିଏମ୍‌ସି ଭେଣ୍ଡିଂ ଜୋନ୍ ଓ ଓମଫେଡ୍ ବୁଥ୍ ତଥା ବିଏମ୍‌ସି ଅଞ୍ଚଳରେ ଆସୁଥିବା ସ୍ତାନ ମାନଙ୍କରେ ଗୁଟଖା ବିକ୍ରି କଲେ, ଦୃଢ଼ ପଦକ୍ଷେପ ନିଆଯିବ ।

ଏପରିକି ବିଏମ୍‌ସି ଅଞ୍ଚଳରେ ଗୁଟ୍‌ଖା ସମ୍ବନ୍ଧୀୟ ହୋର୍ଡିଂ ନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଯଦି କୌଣସି ଏଜେନ୍ସି ଗୁଟ୍‌ଖା ହୋର୍ଡିଂ ଲଗାନ୍ତି, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମ୍‌ସି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BMC to Raid Vending Zones, Gutkha Hoardings Banned in Bhubaneswar | Argus News | Argus News