BMC Hoarding Rules / ଜୀବନ ଯିବା ପରେ ପଶିଲା BMC ର ଚେତା, ଏଣିକି ମନଇଚ୍ଛା ଲଗାଇ ପାରିବେନି ହୋର୍ଡିଂ
·4 months ago·2 min read

Key Points
ହୋର୍ଡିଂ ଭାଙ୍ଗି ଜୀବନ ଯିବା ପରେ ପଶିଲା ବିଏମ୍ସିର ଚେତା
ଏଣିକି ମନଇଚ୍ଛା ଲଗାଇ ପାରିବେନି ହୋର୍ଡିଂ
ହୋର୍ଡିଂ ଲଗାଇଲେ ନେବାକୁ ପଡ଼ିବ BMCର ଅନୁମତି
ଏଣିକି ମନଇଚ୍ଛା ଲଗାଇ ପାରିବେନି ହୋର୍ଡିଂ
ହୋର୍ଡିଂ ଲଗାଇଲେ ନେବାକୁ ପଡ଼ିବ BMCର ଅନୁମତି
ହୋର୍ଡିଂ ଭାଙ୍ଗି ଜୀବନ ଯିବା ପରେ ବିଏମ୍ସିର ପଶିଲା ଚେତା । ଏଣିକି ମନଇଚ୍ଛା ଲଗାଇ ପାରିବେନି ହୋର୍ଡିଂ । ହୋର୍ଡିଂ ଲଗାଇଲେ ନେବାକୁ ପଡ଼ିବ ବିଏମ୍ସିର ଅନୁମତି । ଏହା ସହ ଏବେ ଥାର୍ଡପାଟି ଇନ୍ୟୁସରାନ୍ସ ପାଇଁ ବାଧ୍ୟତାମୂଳକ କରାଯାଇଛି ।
ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ବିଏମସି ଅଞ୍ଚଳରେ ହୋର୍ଡିଂ ଲଗାଇବାକୁ ହେଲେ ଅନୁମତି ନେବାକୁ ପଡ଼ିବ । ହୋର୍ଡିଂ ଲଗାଇବା ଆଗରୁ ଷ୍ଟ୍ରକଚରାଲ ସାର୍ଟିଫିକେଟ ଏବଂ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବାଧ୍ୟତାମୂଳକ ହେବ । ଘରୋଇ ଅନୁଷ୍ଠାନ କିମ୍ବା କୌଣସି ବ୍ୟକ୍ତି ନିଜ ଘର ଉପରେ ଲଗାଇ ପାରିବେନି ହୋର୍ଡିଂ । ୩ ଦିନ ତଳେ ଭୁବନେଶ୍ବର ଆଇଗିଣିଆରେ ହୋଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହାପରେ ବିଏମସିର ଭାଙ୍ଗିଛି ନିଦ ।
ଏପଟେ ଏଜେନ୍ସି ଠାରୁ ପଇସା ନେଇ ମନଇଚ୍ଛା ଘର ଉପରେ ହୋର୍ଡିଂ ଲଗାଯାଉଛି । ତୁରନ୍ତ ସେ ସବୁ ହଟାଇବାକୁ ଅଭିଯାନ ଆରମ୍ଭ ହୋଇଛି । ବେଆଇନ ଭାବେ ହୋର୍ଡିଂ ଲଗାଯାଇଥିଲେ ତୁରନ୍ତ ଜଣାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମେୟର । ଏଥିସହ ପ୍ରତି ହୋର୍ଡିଂରେ ଏଜେନ୍ସିର ଦସ୍ତଖତ ବାଧ୍ୟତାମୂଳକ କରାଯାଇଛି । ସେହିପରି ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ନେଇ ବିଏମସି ବୈଠକରେ ଆଲୋଚନା ହୋଇଛି । କୌଣସି ଅଘଟଣ ସମୟରେ ଇନସ୍ୟୁରାନ୍ସ ବାବଦ ପଇସା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଯିବ ।
୨ଟି ନିରୀହ ଜୀବନ ଯିବା ପାଇଁ BMCର ବେପରୁଆ ମନୋଭାବ ଦାୟୀ ନୁହେଁ କି ? ଦାୟିତ୍ବରେ ଥିବା BMCର ବଡ଼ ବାବୁମାନଙ୍କ ବିରୋଧରେ ଫୌଜଦାରୀ ମାମଲା ହେବନାହିଁ କାହିଁକି ? ଆଇଗିଣିଆରେ ହୋର୍ଡିଂ ଲଗାଇଥିବା ମେଟ୍ରୋ ସାଇନ୍ ସଂସ୍ଥା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories