Videos
|
Odisha

ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ

Smruti Parija
Browse all articles by Smruti Parija
·2 years ago·1 min read
ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ । ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ ହୋଇଛି ।  ଟଙ୍କ ପାଣି ବ୍ରିଜ ଓ ଦୟା ନଦୀ କୁଳରେ ବିସର୍ଜନ ପାଇଁ BMC ତରଫରୁ ଆୟୋଜନ ହୋଇଛି । 

ଅନ୍ୟପଟେ BMC ମଧ୍ୟ କରିବ ମୂର୍ତ୍ତି ବିସର୍ଜନ । ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ BMC କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ । ସେହି ମୂର୍ତ୍ତିକୁ BMC କରିବ ବିସର୍ଜନ ଏନେଇ ମଧ୍ୟ ଗାଇଡଲାଇନ ଜାରି ହୋଇଛି । ମୂର୍ତ୍ତିକୁ ଆଣି ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତିକୁ ସଠିକ ଭାବେ ଯଥା ସ୍ଥାନରେ ରଖିବେ । 

ଏହାର ତଦାରଖ କରିବେ ଡେପୁଟି କମିଶନର । ଗାଡି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂର୍ତ୍ତି ପଂହଁଚାଇବା ପାଇଁ ,ଗାଡିର ବ୍ୟବସ୍ଥା କରାଯିବ । ଯଦି ଏହି କାର୍ଯ୍ୟରେ  ଆବଶ୍ୟକ ସ୍ଥଳେ ଶ୍ରମିକ ଦରକାର  NGO ମାଧମରେ ବ୍ୟବସ୍ଥା କରାଯିବ । ରାଜଧାନୀରେ 8 ଟି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ତାନ୍ତର ପାଇଁ କଲ୍ୟାଣ ମଣ୍ଡପ ଲିଷ୍ଟ ଜାରି ହୋଇଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BMC issued guidelines for the disposal of Ganesh Puja | Argus News