ଦୁର୍ଗା ପୂଜା ପାଇଁ BMC ର ପ୍ରସ୍ତୁତି, ପୂଜା ସମୟରେ ପ୍ଲାଷ୍ଟିକ ବ୍ୟବହାର ମନା
·1 year ago·1 min read

ଭୁବନେଶ୍ୱର: ପୂର୍ବ ଥର ଭଳି ନିର୍ଦ୍ଦେଶାବଳୀ ରହିବ। ପୂଜା ସମୟରେ ପ୍ଲାଷ୍ଟିକ ବ୍ୟବହାର ମନା। ପେଣ୍ଡାଲ ନିକଟରେ ଡଷ୍ଟବିନ ରହିବ। ପୂଜା ପେଣ୍ଡାଲ ନିକଟରୁ ୨ ଥର ଅଳିଆ ଗାଡ଼ି ଯାଇ ଅଳିଆ ନେଇ ଆସିବ। ସୂଚନା ପାଇଁ ସୂଚନା କେନ୍ଦ୍ର ରହିବ ପୂଜା ମଣ୍ଡପରେ। ସମ୍ପୂର୍ଣ ଜୈବିକ ପଦ୍ଧତିର ପୂଜା ପେଣ୍ଡାଲ ପ୍ରସ୍ତୁତ ହେବ। ଏହା ସହ ବିସର୍ଜନ ପାଇଁ ୫ ଟି ଅସ୍ଥିୟୀ ଜଳାଶୟ ନିର୍ମାଣ କରାଯାଇଛି।
ପୂଜା ପୂର୍ବରୁ ରାସ୍ତା ମରାମତି ନେଇ ଯେଉଁ ଡେଡ ଲାଇନ୍ ଦିଆଯାଇଥିଲା ପ୍ରବଳ ବର୍ଷା ଓ ପାଗ ଖରାପ କାରଣରୁ ତାହା ହୋଇପାରିନଥିଲା। ପିଚୁ ପକାଇଲେ ରାସ୍ତାରେ ବାହାରିଯିବ ବୋଲି ମରାମତି କାମ ହୋଇନଥିଲା। କାଲିଠୁ ଯୁଦ୍ଧ କାଳୀନ ଭିତିରେ କାମ ଚାଲିଛି। ପୂଜା ପୂର୍ବରୁ ସାରିବାକୁ ଚେଷ୍ଟା କରାଯାଉଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା କାମ ସାରିବାକୁ ସେମାନଙ୍କୁ କୁହାଯାଇଛି। ତେଣୁ ସେମାନେ ମଧ୍ୟ କାମ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: