Bhubaneswar Unit One Market / BMCର କଡ଼ା ତାଗିଦ୍ ! 'ଯିଏ ରାସ୍ତା ଉପରେ ଠେଲା ରଖି ବିକିବ, ସିଏ ଦଣ୍ଡ ପାଇବ'

Key Points
ଏଭଳି କାର୍ଯ୍ୟକୁ ବନ୍ଦ ନକଲେ ଭେଣ୍ଡିଂ ଜୋନକୁ ରଦ୍ଧ କରିବାକୁ ଚେତାବନୀ ଦେଇଛି ବିଏମସି।
ହାଟରେ ନିଆଁ ଲାଗିବା ପରେ ଆକ୍ସନ ମୋଡ଼ରେ ବିଏମସି। ୟୁନିଟ-1 ଅଞ୍ଚଳରୁ ଆଜି ଫଳ ଦୋକାନୀମାନଙ୍କୁ ଉଠାଯାଇଛି। ରାତିରେ ରାସ୍ତା କଡ଼ରେ ଜିନିଷ ରଖିଥିବାରୁ ତାକୁ ଖାଲି କରିଛି BMC। ସମ୍ପୂର୍ଣ୍ଣ ଅଞ୍ଚଳକୁ ସଫେଇ କରାଯାଇଛି। ସକାଳେ ଓ ସନ୍ଧ୍ୟାରେ ନିର୍ଦ୍ଧିଷ୍ଟ ସମୟ ଭିତରେ ବେପାର କରିବେ। ସମୟ ସରିଲେ ରାସ୍ତା କଡ଼ରେ ଆଉ ରଖିପାରିବେନି ଫଳ ଗାଡ଼ି। ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେୟର।
ରାସ୍ତାକଡ଼ରେ ଡ୍ରେନ ଉପରେ ଠେଲା ରଖି ବେପାର କରିବାରୁ ଡ୍ରେନ ସଫେଇ ହୋଇପାରୁନି। ସର୍ବସାଧାରଣଙ୍କ ଯାତାୟାତରେ ବି ସମସ୍ୟା ସୃଷ୍ଟି ହେଉଛି। ସପ୍ତାହେ ଭିତରେ ଏନେଇ ଉଠାଦୋକାନୀଙ୍କୁ ସଚେତନ କରାଯିବ। ଅନ୍ୟପଟେ କିଛି ଲୋକ ଭେଣ୍ଡିଂ ଜୋନକୁ ଭଡ଼ାରେ ଦେଇ ଠେଲାରେ ବେପାର କରୁଛନ୍ତି। ଏଭଳି କାର୍ଯ୍ୟକୁ ବନ୍ଦ ନକଲେ ଭେଣ୍ଡିଂ ଜୋନକୁ ରଦ୍ଧ କରିବାକୁ ଚେତାବନୀ ଦେଇଛି ବିଏମସି।
ଏଥିସହ ପଢ଼ନ୍ତୁ: ଉଭୟ ବୁଲା ଓ ପୋଷା କୁକୁରଙ୍କର ଗଣନା କରିବ BMC , କୁକୁରଙ୍କ କାନରେ ଲାଗିବ ଟ୍ୟାଗ୍
ଅନ୍ୟପଟେ ଗତାକାଲି ୟୁନିଟ ୧ ପରିବା ହାଟରେ କେମିତି ଲାଗିଥିଲା ନିଆଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିଥିବା ସମୟରେ ବ୍ୟବସାୟିକ କ୍ଷମତାକୁ ନେଇ ଉପୁଜିଲା ମୁହାଁମୁହିଁ ପରିସ୍ଥିତି। ପରସ୍ପରକୁ ବିରୋଧ କରି ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ଗୋଟିଏ ପଟେ ହାଟର ବରିଷ୍ଠ ବ୍ୟବସାୟୀ ହୃଷୀକେଶ ଓଝା ଓ ଅନ୍ୟ ପାର୍ଶ୍ବରେ ରାଜଧାନୀ ହାଟ ପରିବା ବଜାରର ସଭାପତି କବିରାଜ ସ୍ୱାଇଁ । କବିରାଜ ସ୍ୱାଇଁ ବହୁ ବର୍ଷ ହେବ ସଭାପତି ଦାୟିତ୍ୱରେ ରହିବା କାରଣରୁ ବ୍ୟବସାୟୀଙ୍କ ପ୍ରତି ବହୁ ଅନ୍ୟାୟ କରାଯାଉଥିବା ଅଭିଯୋଗ ହୋଇଛି।
ତେବେ ବୁଧବାର ସଂଧ୍ୟାରେ ନିଆଁ ଲାଗି ଜଳିଯାଇଛି ୧ନଂ ପରିବା ମାର୍କେଟର ୩୦ରୁ ଉର୍ଦ୍ଧ୍ବ ଦୋକାନ। ଏହି ଅଘଟଣ ପରେ ପୁଣିଥରେ କାଠଗଡାକୁ ଆସିଛି ବିଏମସି । ରାଜଧାନୀର ସର୍ବାଧିକ ଜନଗହଳିପୂର୍ଣ୍ଣ ୧ ନମ୍ବର ହାଟର ବିକାଶ ପାଇଁ ପରିକଳ୍ପନା କରିଥିଲା ବିଏମସି । ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ୪୨ଟି ସରକାରୀ କ୍ୱାର୍ଟର୍ସ ସହ ଦୁଇଟି ବସ୍ତି ଉଚ୍ଛେଦ କରାଯାଇଥିଲା । ୧୧ ବର୍ଷ ପରେ ବି ଏହି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି ।
ଏଥିସହ ପଢ଼ନ୍ତୁ: BMC Flower Initiative: ପୂଜାଫୁଲରୁ ତିଆରି ହେବ ଧୂପକାଠି, ଲାଗିବ ଠାକୁରଙ୍କ ପୂଜାରେ
ସାଧାରଣ ପ୍ରଶାସନ ବିଭାଗର ଜମିରେ ଗଢ଼ି ଉଠିଥିବା ୧ ନମ୍ବର ହାଟରେ ମୋଟ ୨୮୩୯ ଜଣ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ଯେଉଁଥିରେ କଞ୍ଚା ପରିବା ବ୍ୟବସାୟୀ ୧୪୫୦ ଜଣ ଓ ୫୦ ଜଣ ପାଇକାରୀ ବ୍ୟବସାୟୀ ରହିଛନ୍ତି । ୨୦୧୪ ମସିହାରେ ତତ୍କାଳୀନ ସରକାରଙ୍କ ନିଷ୍ପତି ଅନୁଯାୟୀ ପାଇକାରୀ ବଜାରଟି ଭଗବାନପୁରକୁ ଉଠାଇ ନିଆଯିବ ବୋଲି ନିଷ୍ପରି ହୋଇଥିଲା। ଏଥିପାଇଁ ବହୁ ବର୍ଷ ପୂର୍ବରୁ GA ବିଭାଗ ମଧ୍ୟ ଭଗବାନପୁରରେ ୧୦ ଏକର ଜମି ଦେଇ ସାରିଛି। ହେଲେ କାହିଁକି ଏଯାଏଁ ପାଇକାରୀ ବଜାର ଭଗବାନପୁରକୁ ସ୍ଥାନାନ୍ତର ହୋଇପାରିନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
📱 Get Argus News App
✨Related Topics
Explore more stories