Fire Mishap in Unit One Market / ଚେତୁନି BMC, ଭଗବାନପୁରକୁ କେବେ ସ୍ଥାନାନ୍ତର ହେବେ ହୋଲସେଲର ?

Key Points
ଖୁବଶୀଘ୍ର ରାଜଧାନୀର ସମସ୍ତ ହାଟ ପାଇଁ ଆସିବ ଏସଓପି ।
ୟୁନିଟ ୧ ପରିବା ହାଟରେ କେମିତି ଲାଗିଥିଲା ନିଆଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ନିଆଁ ଲାଗିଥିବା ସମୟରେ ବ୍ୟବସାୟିକ କ୍ଷମତାକୁ ନେଇ ଉପୁଜିଲା ମୁହାଁମୁହିଁ ପରିସ୍ଥିତି। ପରସ୍ପରକୁ ବିରୋଧ କରି ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ଗୋଟିଏ ପଟେ ହାଟର ବରିଷ୍ଠ ବ୍ୟବସାୟୀ ହୃଷୀକେଶ ଓଝା ଓ ଅନ୍ୟ ପାର୍ଶ୍ବରେ ରାଜଧାନୀ ହାଟ ପରିବା ବଜାରର ସଭାପତି କବିରାଜ ସ୍ୱାଇଁ । କବିରାଜ ସ୍ୱାଇଁ ବହୁ ବର୍ଷ ହେବ ସଭାପତି ଦାୟିତ୍ୱରେ ରହିବା କାରଣରୁ ବ୍ୟବସାୟୀଙ୍କ ପ୍ରତି ବହୁ ଅନ୍ୟାୟ କରାଯାଉଥିବା ଅଭିଯୋଗ ହୋଇଛି।
ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !
ପାଉଁଶ ଭିତରୁ ନିଜର ଝାଳ ବୁହା ଧନର ସାମଗ୍ରୀ ଗୋଟାଇବାରେ ଏବେ ବି ବ୍ୟସ୍ତ ଅଛନ୍ତି ବ୍ୟବସାୟୀ । ପୋଡ଼ି ଯାଇଥିବା ପରିବାରୁ ନେଇ ଜଳି ଯାଇଥିବା ରାସନ ସାମଗ୍ରୀ.. ସବୁ ସଂଗ୍ରହ କରୁଛନ୍ତି । ଗତକାଲି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡି ଯାଇଥିବା କହିଛନ୍ତି ବ୍ୟବସାୟୀ ।
ଏଥିସହ ପଢ଼ନ୍ତୁ: କ୍ରିପ୍ଟୋ ନାଁରେ ଠକୁଥିଲେ, ଗ୍ୟାଙ୍ଗର ୩୨ ଜଣଙ୍କୁ ଧରିଲା ପୋଲିସ !
ବୁଧବାର ସଂଧ୍ୟାରେ ନିଆଁ ଲାଗି ଜଳିଯାଇଛି ୧ନଂ ପରିବା ମାର୍କେଟର ୩୦ରୁ ଉର୍ଦ୍ଧ୍ବ ଦୋକାନ। ଏହି ଅଘଟଣ ପରେ ପୁଣିଥରେ କାଠଗଡାକୁ ଆସିଛି ବିଏମସି । ରାଜଧାନୀର ସର୍ବାଧିକ ଜନଗହଳିପୂର୍ଣ୍ଣ ୧ ନମ୍ବର ହାଟର ବିକାଶ ପାଇଁ ପରିକଳ୍ପନା କରିଥିଲା ବିଏମସି । ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ୪୨ଟି ସରକାରୀ କ୍ୱାର୍ଟର୍ସ ସହ ଦୁଇଟି ବସ୍ତି ଉଚ୍ଛେଦ କରାଯାଇଥିଲା । ୧୧ ବର୍ଷ ପରେ ବି ଏହି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି ।
ଏହାସହ ପଢ଼ନ୍ତୁ:- ଫୁଲ ଦମ୍ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !
ସାଧାରଣ ପ୍ରଶାସନ ବିଭାଗର ଜମିରେ ଗଢ଼ି ଉଠିଥିବା ୧ ନମ୍ବର ହାଟରେ ମୋଟ ୨୮୩୯ ଜଣ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ଯେଉଁଥିରେ କଞ୍ଚା ପରିବା ବ୍ୟବସାୟୀ ୧୪୫୦ ଜଣ ଓ ୫୦ ଜଣ ପାଇକାରୀ ବ୍ୟବସାୟୀ ରହିଛନ୍ତି । ୨୦୧୪ ମସିହାରେ ତତ୍କାଳୀନ ସରକାରଙ୍କ ନିଷ୍ପତି ଅନୁଯାୟୀ ପାଇକାରୀ ବଜାରଟି ଭଗବାନପୁରକୁ ଉଠାଇ ନିଆଯିବ ବୋଲି ନିଷ୍ପରି ହୋଇଥିଲା। ଏଥିପାଇଁ ବହୁ ବର୍ଷ ପୂର୍ବରୁ GA ବିଭାଗ ମଧ୍ୟ ଭଗବାନପୁରରେ ୧୦ ଏକର ଜମି ଦେଇ ସାରିଛି। ହେଲେ କାହିଁକି ଏଯାଏଁ ପାଇକାରୀ ବଜାର ଭଗବାନପୁରକୁ ସ୍ଥାନାନ୍ତର ହୋଇପାରିନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
📱 Get Argus News App
✨Related Topics
Explore more stories