Videos
|
Odisha

ଏଣିକି ଦ୍ବାଦଶ ସହ ଏକାଦଶରେ ବି ହେବ ବୋର୍ଡ ପରୀକ୍ଷା

Smruti Parija
Browse all articles by Smruti Parija
·2 years ago·1 min read
ଏଣିକି ଦ୍ବାଦଶ ସହ ଏକାଦଶରେ ବି ହେବ ବୋର୍ଡ ପରୀକ୍ଷା

ଅର୍ଗସ ବ୍ୟୁରୋ: ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଆଉ ରହିବନି ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଚାପ । 2025 ଶିକ୍ଷା ବର୍ଷରୁ ଏକାଦଶ ଶ୍ରେଣୀରେ ବି ହେବ ବୋର୍ଡ ପରୀକ୍ଷା। ଏକାଦଶରେ ବୋର୍ଡ ପରୀକ୍ଷା ଦେବେ କି ନାହିଁ ଏହା ହେବ ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ। ଯେଉଁମାନେ ଏକାଦଶରେ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖିଥିବେ ଦ୍ବାଦଶ ବୋର୍ଡରେ ଭଲ ନକଲେ ବି ଏକାଦଶର ମାର୍କକୁ ଚୂଡ଼ାନ୍ତ ମାର୍କ ଭାବେ ଚୟନ କରିପାରିବେ ।

ଏହାଦ୍ବାରା ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଆଉ ବୋର୍ଡ ପରୀକ୍ଷାରେ ପ୍ରଦର୍ଶନକୁ ନେଇ ଟେନସନ ରହିବ ନାହିଁ । ସେମାନେ ପ୍ରବେଶିକା ପରୀକ୍ଷା ଉପରେ ଅଧିକ ଫୋକସ କରିପାରିବେ। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ, ଛାତ୍ରଛାତ୍ରୀ ଓ ଅଭିଭାବକ।

ନୂଆ ଜାତୀୟ ଶିକ୍ଷା ନୀତି 2020ର ପ୍ରସ୍ତାବ ଆଧାରରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ପ୍ରଥମେ ସିବିଏସଇ 2025 ଶିକ୍ଷା ବର୍ଷରେ ଏହି ବ୍ୟବସ୍ଥା ଆରମ୍ବ କରିବ । ପରେ ବିଭିନ୍ନ ରାଜ୍ୟର ଉଚ୍ଚ ମାଧ୍ୟମିକ ବୋର୍ଡ ମଧ୍ୟ ଏହି ସିଷ୍ଟମ ଲାଗୁ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

ଆହୁରି ପଢନ୍ତୁ  ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: