ବନ୍ୟାରେ ଭାସି ଯାଉଥିବା ବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲ୍ଲେ ଡଙ୍ଗା ଚାଳକ

Key Points
ସୁବର୍ଣ୍ଣରେଖା ବନ୍ୟାରେ ଭାସି ଯାଉଥିବା ବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲେ ଡଙ୍ଗା ଚାଳକ। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ ଜୟରାମ ପୁର ନିକଟରେ ସୁବର୍ଣ୍ଣରେଖାରେ ବନ୍ୟା ପ୍ରଭାବରେ ଜଣେ ବୃଦ୍ଧା ଭାସିଯାଉଥିଲେ।
ସୁବର୍ଣ୍ଣରେଖା ବନ୍ୟାରେ ଭାସି ଯାଉଥିବା ବେଳେ ବୃଦ୍ଧାଙ୍କୁ ଉଦ୍ଧାର କଲେ ଡଙ୍ଗା ଚାଳକ। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ ଜୟରାମ ପୁର ନିକଟରେ ସୁବର୍ଣ୍ଣରେଖାରେ ବନ୍ୟା ପ୍ରଭାବରେ ଜଣେ ବୃଦ୍ଧା ଭାସିଯାଉଥିଲେ। ମାଛ ଧରିବା ପାଇଁ ଜୟରାମ ପୁର ଗ୍ରାମର ଗୋପାଳ କୁଅଁର ଓ ଶ୍ରୀମନ୍ତ କୁଅଁର ଦୁଇ ଭାଇ ଯାଉଥିବା ବେଳେ ବୃଦ୍ଧାଙ୍କୁ ଦେଖିଥିଲେ। ଡଙ୍ଗା ଦ୍ବାରା ବୃଦ୍ଧାଙ୍କ ନିକଟକୁ ଯାଇ ଉଦ୍ଧାର କରିଥିଲେ।
ଘଟଣା ବାବଦରେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବା ପରେ ସରପଞ୍ଚ ପହଞ୍ଚି ବୃଦ୍ଧାଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଯାଏ ବୃଦ୍ଧାଙ୍କ ପରିଚୟ ମିଳିପାରିନାହିଁ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୋଗରାଇ ବିଡିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଡାକ୍ତର ଟିମ୍ କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କହିଛନ୍ତି।