Videos
|
Odisha

ବିଧାୟକଙ୍କୁ ଆକ୍ରମଣ ପଛରେ ବବି ଓ ତାଙ୍କ ଭାଇଙ୍କ ହାତ ଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଧାୟକଙ୍କୁ ଆକ୍ରମଣ ପଛରେ ବବି ଓ ତାଙ୍କ ଭାଇଙ୍କ ହାତ ଥିବା  ଅଭିଯୋଗ

ଅର୍ଗସ ବ୍ୟୁରୋ:  ଗତକାଲି ସଂଧ୍ୟାରେ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଯାଉଥିବା ବେଳେ ବିଧାୟକ ହିମାଂଶୁ ସାହୁଙ୍କ ଗାଡ଼ି ଅଟକାଇ କିଛି ଯୁବକ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗାଡି ଭଙ୍ଗାରୁଜା । ବିଧାୟକ ହିମାଂଶୁ ସାହୁ କହିଛନ୍ତି , ସେ ଡିଡିଏମଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲେ। କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ସେଠାରେ ତାଙ୍କ ଗାଡ଼ି ଅଟକି ଥିଲା। କିଛି ଲୋକ ତାଙ୍କ ଆଡ଼କୁ ମାଡି ଆସିଥିଲେ। ବିଧାୟକଙ୍କ ଗାଡିକୁ ରଡ଼ ଓ ଠେଙ୍ଗାରେ ପିଟି ଥିଲେ। ବିଧାୟକଙ୍କୁ ପିଟି ସେ ପିନ୍ଧିଥିବା ଚେନ୍ ଛିଡ଼ାଇ ନେଇଥିଲେ। ଦୁର୍ବୃତ୍ତମାନେ ବବି ଭାଇ ଜିନ୍ଦାବାଦ କହି ଆକ୍ରମଣ କରିଥିବା କହିଛନ୍ତି ଧର୍ମଶାଳା ବିଧାୟକ। ଏହି ଆକ୍ରମଣ ପାଇଁ ସିଧାସଳଖ ବିଜେଡ଼ି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବଂ ତାଙ୍କ ଭାଇ ଲଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ହିମାଂଶୁ।

ବବିଙ୍କ ଭାଇ ଲଲ କହିଛନ୍ତି ଆମେ ଗଣତନ୍ତ୍ର ଉପରେ ବିଶ୍ବାସ କରୁ । ବବି କହିଛନ୍ତି ଗଣତନ୍ତ୍ର ଉପରେ ବିଜୁ ଜନତା ଦଳ ବିଶ୍ବାସ କରେ ନାହିଁ । ମୋ ପରିବାର ବିଶ୍ବାସ କରେ ନାହିଁ । ବବି କହୁ କହୁ କହି ଦେଲେ କି ସତ  । ଜଣେ ବିଧାୟକଙ୍କ ଉପରେ ଏଭଳି ଆକ୍ରମଣ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଆକ୍ରମଣ ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିନାହିଁ । ପୋଲିସ ଡିଜି କହିିଛନ୍ତି ଆଇନ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଗତକାଲି 6 ଜଣଙ୍କୁ ପୋଲିସ ହେପାଜତକୁ ନେଇଥିବା ବେଳେ ଆଜି ଆଉ 4 ଜଣଙ୍କୁ ହେପାଜତରେ ନେଇଛି I ଅନ୍ୟ ଅଭିଯୁକ୍ତମାନେ ପୋଲିସ ହେପାଜତକୁ ଆସିବେ ବୋଲି କହିଛନ୍ତି ଧର୍ମଶାଳା ବିଧାୟକ ।

ସମ୍ବିଧାନରେ ଅହିଂସା, ନବୀନଙ୍କ ଆହ୍ବାନର  ମୁଖ୍ୟ ସୁତ୍ରଧର ଥିଲେ ସାଂଗଠନିକ ସମ୍ପାଦକ ବବି ଦାସ । ଏବେ ନବୀନ ପ୍ରତିକ୍ରିୟା ରଖିବେ ନା ନାହିଁ । ନବୀନ ଏବେ ମୁଖ୍ୟମନ୍ତ୍ରୀ ନାହାନ୍ତି । ବିରୋଧି ଦଳ ନେଚା ହୋଇ କାହିଁକି ପ୍ରତିକ୍ରିୟା ଦେଉନାହାନ୍ତି ନବୀନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: