Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେଳେଙ୍କାରୀର ପୋଲ୍ ଖୋଲିବା ପରେ ଛାନିଆ କି ବବି ଦାସ ?

Odisha

କେଳେଙ୍କାରୀର ପୋଲ୍ ଖୋଲିବା ପରେ ଛାନିଆ କି ବବି ଦାସ ?

Manini Pattanayak
Browse all articles by Manini Pattanayak
·1 year ago·2 min read
କେଳେଙ୍କାରୀର ପୋଲ୍ ଖୋଲିବା ପରେ ଛାନିଆ କି ବବି ଦାସ ?

ଯାଜପୁର: ଯାଜପୁରର ସ୍ବାଭିମାନ ପାଇଁ ଆନ୍ଦୋଳନ ନା କ୍ରୀତଦାସଙ୍କ ସୁରକ୍ଷା ପାଇଁ। କେଳେଙ୍କାରୀର ପୋଲ୍ ଖୋଲିବା ପରେ ଛାନିଆ କି ବବି ଦାସ।  ଯାଜପୁର ସ୍ବାଭିମାନ ପାଇଁ ନାହିଁ ଲୁଟେରାଙ୍କ ପାଇଁ ପ୍ରାୟୋଜିତ ବିକ୍ଷୋଭ। ସେପଟେ କୁସୁମା କେଳେଙ୍କାରୀ ତଦନ୍ତ ନିର୍ଦ୍ଦେଶ ଦେଲେ ନଗର ଉନ୍ନୟନ ମନ୍ତ୍ରୀ।  ଭୁବନେଶ୍ବର ସରକାରୀ ବାସଭବନ ଓ କୁସୁମା କେଳେଙ୍କାରୀ ପୋଲ୍ ଖୋଲିଯିବା ପରେ ଟେନସନରେ ବବି ଦାସ। ନିଜକୁ ବଂଚାଇବା ପାଇଁ ସମର୍ଥକଙ୍କୁ ଲଗାଇ ଯାଜପୁର ଅସ୍ମିତା ନାଁରେ କରୁଛନ୍ତି ପ୍ରାୟୋଜିତ ବିକ୍ଷୋଭ। ଅର୍ଗସ ନାଁରେ ଆଣୁଛନ୍ତି ମିଛ ଅଭିଯୋଗ । କୁସୁମା କଟେଜକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ଯାଜପୁରବାସୀ । କହିଥିଲେ ରାତିରେ ଭିଭିଆଇପି, ପଦାଧିକାରୀମାନେ ଆମୋଦପ୍ରମୋଦ ପାଇଁ ପଛ ରାସ୍ତା ଦେଇ ଆସୁଥିଲେ କୁସୁମା କଟେଜ୍ । ଆହୁରି ମଧ୍ୟ କୁସୁମାକୁ ବବି ନିଜ କବଜାକୁ ନେଇ ଯାଇଥିଲେ, ତାଙ୍କ ଦରବାରକୁ ବିଜେଡି ନେତା, ସାଂସଦ ବିଧାୟକ ବି ଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଅଡୁଆରେ ପଡ଼ିବା ପରେ ଏବେ ବବିଙ୍କ ସପକ୍ଷରେ ଯାଜପୁରରେ କରାଯାଇଛି ପ୍ରାୟୋଜିତ ବିକ୍ଷୋଭ। ତେବେ ପ୍ରଶ୍ନ ହେଲା ଏ ବିକ୍ଷୋଭ ଯାଜପୁରର ସ୍ବାର୍ଥ ପାଇଁ ଲଢ଼େଇ ନା ଯାଜପୁରକୁ 25 ବର୍ଷ ଧରି ଲୁଟ୍ କରିଥିବା ଲୋକଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ? ପ୍ରକୃତରେ ଯାଜପୁରର ସମ୍ମାନକୁ ଭୁଲୁଣ୍ଠିତ କରିଛି କିଏ ? ଏହାର ତଦନ୍ତ ହେବ ନା ନାହିଁ ? କୁସୁମା ପ୍ରସଙ୍ଗରେ କୌଣସି ମନଗଢ଼ା କଥା କହିନଥିଲା ଅର୍ଗସ୍। କୋଟି କୋଟି ଟଙ୍କା ଖର୍ଚ୍ଚରେ କୁସୁମା ଭିତରେ ନିର୍ମାଣ ହୋଇଥିଲା ଏଇ 9 ଆଲିସାନ୍ ବଙ୍ଗଳା। ଯାହାର ଖୁଲାସା କରିଥିଲା ଅର୍ଗସ । କିଏ ନିର୍ମାଣ କଲା କଟେଜ୍ ? ଏଠି କଣ ହେଉଥିଲା ? କେଉଁ ବିଭାଗ ପାଖରେ ବଙ୍ଗଲାର ଚାବି ? ତମାମ୍ ପ୍ରଶ୍ନ ଆସିଲା ସାମ୍ନାକୁ । ଯାଜପୁର ପୌରପରିଷଦ ଉପାଧ୍ୟକ୍ଷ ତଥା ବବିଙ୍କ ଖାସ୍ ବିଜେଡି ନେତାଙ୍କ ମିଛ ବି ଧରାପଡିଲା। ଜିଲ୍ଲାପାଳ ସ୍ପଷ୍ଟ କଲେ କ୍ରୀଡା ବିଭାଗର ନୁହେଁ ଏ ସବୁ ବଙ୍ଗଳା। ତେବେ କିଏ କରୁଥିଲା ବଙ୍ଗଳାର ବ୍ୟବହାର ? କିଏ କରିଛି କେଳେଙ୍କାରୀ ? ତଦନ୍ତ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।   ବବିଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନର ବି ପୋଲ୍ ଖୋଲିଥିଲା ଅର୍ଗସ। ବେଆଇନ ଭାବେ ନିର୍ମାଣ ହୋଇଥିଲା ଅଣ୍ଡରଗ୍ରାଉଣ୍ଡ ଘର, ସୁଇମିଂପୁଲ୍ ଓ ଉଡେନ୍ କଟେଜ୍। ଏବେ ଗୁମର ଖୋଲିଯିବା ପରେ ଛାନିଆ ବବି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bobby Das in tension after Bhubaneswar government residence and Kusuma Kelenkari poll opened | Argus News