Videos
|
Odisha

ବବିଙ୍କ କବଜାରେ ଥିଲା କୁସୁମା କଟେଜ୍ !

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବବିଙ୍କ କବଜାରେ ଥିଲା କୁସୁମା କଟେଜ୍ !

ଅର୍ଗସ ବ୍ୟୁରୋ:  ବବିଙ୍କ ସୁରକ୍ଷା ପାଇଁ ପ୍ରାୟୋଜିତ ମିଛର ପୋଲ୍ ଖୋଲିଦେଲା ଜିଲ୍ଲାପାଳଙ୍କ ଚିଠି । ସାମ୍ନାକୁ ଆସିଲା ଯାଜପୁର ପୌରପରିଷଦ ଉପାଧ୍ୟକ୍ଷଙ୍କ ମହାମିଛ। ନିର୍ବାଚନ ସମୟରେ ମେ 24ରେ ଯାଜପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ଲେଖିଥିବା ଏ ଚିଠି ଉପରେ । କୁସୁମା ପାର୍କରେ 5 ନିର୍ବଚନ ପର୍ଯ୍ୟବେକ୍ଷକଙ୍କ ରହିବା ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ଚିଠି ମାଧ୍ୟମରେ କରିଛନ୍ତି ଅନୁରୋଧ । ଚିଠି କହୁଛି କୁସୁମା କଟେଜ୍ ଥିଲା ପୌରପରିଷଦ କବଜାରେ। ଏବେ ଶୁଣନ୍ତୁ ବବି ଦାସଙ୍କ ସୁରକ୍ଷା ପାଇଁ କେମିତି ମିଛ କହିଛନ୍ତି ଯାଜପୁର ପୌର ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ।

ମିଛ କହୁଛନ୍ତି କୁସୁମା କଟେଜ୍ କ୍ରୀଡା ବିଭାଗ କବଜାରେ। ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି କ୍ରୀଡା ବିଭାଗର ଭୂମିକା ନାହିଁ । ଏବେ ବଡ଼ ପ୍ରଶ୍ନ ପ୍ରେସମିଟରେ କାହିଁକି ମିଛ କହିଲେ ପୌରପରିଷଦ ଉପାଧ୍ୟକ୍ଷ, କାହିଁକି କହିଲେ କ୍ରୀଡା ବିଭାଗ ପାଖରେ ସବୁ ଖବର, କ୍ରୀଡା ବିଭାଗକୁ ଜମି ହସ୍ତାନ୍ତରର ମିଛ କାହିଁକି, ପୌରପରିଷଦକୁ ମୋହରା କରି ଖେଳ ଖେଳୁଛନ୍ତି କି ବବି, କୁସୁମା କଟେଜ୍ ଥିଲା କି ବବିଙ୍କ କବଜାରେ, ଜିଲ୍ଲାପାଳଙ୍କ ଚିଠିରୁ ସ୍ପଷ୍ଟ ବ୍ୟବହାର ହେଉଥିଲା କୁସୁମା କଟେଜ୍, କିଏ ଯାଉଥିଲା, କାହା ମାଧ୍ୟମରେ ବୁକିଂ ହେଉଥିଲା, କାହା ପାଖରେ ଚାବି, କାହା ପାଖରେ ତାଲିକା...କୁସୁମା କଟେଜର ରାଜସ୍ବ ଯାଉଥିଲା କାହା ପାଖକୁ।

କୁସୁମା କେଳେଙ୍କାରୀର ଖୁଲାସା କରିଥିଲା ଅର୍ଗସ। 9 ଆଲିସାନ୍ ବଙ୍ଗଲାର ଚିତ୍ର ଆଣିଥିଲା ସାମ୍ନାକୁ । ଅଭିଯୋଗ ହୋଇଥିଲା କୁସୁମା କଟେଜରେ ଚାଲିଥିଲା କେଳେଙ୍କାରୀ। ତେବେ ଏ ନେଇ ବବିଙ୍କ ମୁହଁରେ ତୁଣ୍ଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Bobby was in the possession of Kusuma Cottage! | Argus News