Videos
|
Odisha

ଘରୁ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago
ଘରୁ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ:  ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲରେ ବଧୂ ହତ୍ୟା ଅଭିଯୋଗ । ସୋହଡା ପଞ୍ଚାୟତ କଣ୍ଟାପାରି ଗ୍ରାମର ବିରେନ୍ଦ୍ର ଯେନାଙ୍କ ସ୍ତ୍ରୀ ଅନି ଯେନାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଛି । ଘରୁ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ ।

ମୃତ ଅନି ଯେନାଙ୍କ ବାପଘର ପଡୋଶୀ ଯାଜପୁର ଜିଲ୍ଲା ରାମବାଗ ଅଞ୍ଚଳର ହୋଇଥିବା ବେଳେ ସେ ୯ ବର୍ଷ ତଳେ ବିବାହ କରିଥିଲେ। ତାଙ୍କ ଦୁଇଟି ପିଲା ରହିଛନ୍ତି। ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଶବ ଜବତ କରିବା ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Body found hanging from house, accused of murder | Argus News