Videos
|
Odisha

ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ

Ritu Das
Browse all articles by Ritu Das
·2 years ago·1 min read
ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧୪ରୁ ଗୋଟିଏ ଭଡା ଘରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ପୋଲିସ ଭଡାଘରୁ ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ କରିଛି । ଏହାରି ଭିତରେ ମୃତ ମହିଳା ଇତିଶ୍ରୀ ବେହେରାଙ୍କୁ ସ୍ବାମୀ ଦେବଦୀପ ବେହେରା ହତ୍ୟା କରିଥିବା ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

ସୂଚନା ଅନୁଯାୟୀ, ଭଡା ଘରୁ ପୋଲିସ ଇତିଶ୍ରୀଙ୍କ ମୃତଦେହ ଜବତ କରିଛି। ଏହି ସମୟରେ ସ୍ୱାମୀ ଦେବଦୀପ ବେହେରା ମଧ୍ୟ ଘରେ ଉପସ୍ଥିତ ଥିଲେ। ତେବେ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀ କେମିତି ଆତ୍ମହତ୍ୟା କଲା ବୋଲି ପ୍ରଶ୍ନ କରିଛନ୍ତି ଘର ଲୋକ। ପୋଲିସ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ନାଁ ହତ୍ୟା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ଥିବା ବେଳେ ସନ୍ଦେହରେ ଏବେ କଣ୍ଟାବାଞ୍ଜି ପୋଲିସ।  ସ୍ୱାମୀ ଦେବଦୀପ ବେହେରାଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: