Videos
|
Odisha

ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ ଫେରନ୍ତା ମହିଳାଙ୍କ ମୃତଦେହ

Ritu Das
Browse all articles by Ritu Das
·1 year ago·1 min read
ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ ଫେରନ୍ତା ମହିଳାଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରୀ ଥାନା ଅର୍ନ୍ତଗତ ଅର୍ଜୁନ ଚୂଆ,ଖଡିଖମଣ ସାହିରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହିଳା ମାୟାବତୀ ମାର୍ଣ୍ଡି। ସୂଚନା ମୁତାବକ ମହିଳା ଜଣକ ପୂର୍ବରୁ ସ୍ୱାମୀ ହତ୍ୟା ଅଭିଯୋଗରେ ସାତ ବର୍ଷ ଜେଲଦଣ୍ଡ ଭୋଗି ଗତ ଜୁନ୍ ମାସରେ ଫେରିଥିଲା ଏବଂ ଫେରିଲା ପରେ ନିଜ ବାପଘର ଖଡିଖମଣ ବଡଭାଇ ରାମରାୟ ଟୁଡୁ ପାଖରେ ରହୁଥିଲା। 

ଜେଲରୁ ଫେରିବା ପରେ ମାନସିକ ଚାପ ଗ୍ରସ୍ତ ହୋଇ ରହୁଥିବାବେଳେ ଗତ ୫ତାରିଖ ସନ୍ଧ୍ୟା ସମୟରୁ ସେ ଘରୁ, ଗାଧୋଇବା ପାଇଁ ଯାଇଥିଲା, ତେବେ ରାତି ନ ଫେରିବାରୁ ତାପର ଦିନ ପରିବାର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ। ତେବେ ଗତକାଲି ସନ୍ଧ୍ୟାରେ ତା ଭାଇ ଜଙ୍ଗଲ ନିକଟ ପଡିଆରୁ ଗୋରୁ ଆଣିବାପାଇଁ ଯାଇଥିବାବେଳେ ଭଉଣୀର ମୃତଦେହ ଏକ ବରଗଛରେ ଝୁଲୁଥିବା ଦେଖିଥିଲେ। 

ତେବେ ଆଜି ସକାଳୁ ଘଟଣା ସମ୍ପର୍କରେ ରାମରାୟ ଟୁଡୁ ଦୈତାରୀ ଥାନାରେ ଲିଖିତ ଅଭିଯୋଗ ପରେ ଦୈତାରୀ ଥାନା ଅଧିକାରୀ ହୃଷିକେଶ ବେହେରା ସଦଳବଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ମୃତଦେହ ଜବତ କରିବା ସହିତ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଅଧିକ ତଦନ୍ତ ଚଳାଇଥିବା ସହିତ ଶବକୁ ପୋଷ୍ଟମର୍ଟମ ପାଇଁ ଆନନ୍ଦପୁର ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Body of woman | Argus News