Videos
|
Odisha

ପୋଲ ତଳୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

Ritu Das
Browse all articles by Ritu Das
·2 years ago
ପୋଲ ତଳୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅର୍ଗସ ବ୍ୟୁରୋ: ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତ ରତାଙ୍ଗ ଠାରେ ଏକ ପୋଲତଳୁ ଜଣେ ବ୍ୟକ୍ତିର ମୃତଦେହକୁ ଉଦ୍ଧାର କରିଛି ବାସୁଦେବପୁର ଅଗ୍ନିଶମ ବାହିନୀ। ତେବେ ମୃତକ ହେଉଛନ୍ତି ନିକଟସ୍ଥ ଅଞ୍ଚଳର କୈଳାସ ଦାସ ବୋଲି ଜଣାପଡିଛି। 

କେଉଁ ପରିସ୍ଥିତିରେ ତାଙ୍କର  ମୃତ୍ୟୁ ହେଇଛି ତାହା ଜଣାପଡି ନାହିଁ। ତେବେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି।  ଆଜି ସକାଳେ କିଛି ସ୍ଥାନୀୟ ଲୋକମାନେ ପୋଲ ତଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖି ପୋଲିସ ସହିତ ବାସୁଦେବପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Body recovered | Argus News