କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହାୟତାରେ ମାଲେସିଆରୁ ଫେରିବ ମୃତଦେହ
·2 years ago

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସ୍ୱାଇଁଖଣ୍ଡ ଗ୍ରାମପଞ୍ଚାୟତର କଳାଖଣ୍ଡ ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତି ରଞ୍ଜନ ସାହୁଙ୍କର ଗତ କିଛି ଦିନ ହେବ ମାଲେସିଆରେ ଏକ ଘରୋଇ ହୋଟେଲରେ ମୃତ୍ୟୁ ହୋଇଥିଲା।
ତାଙ୍କର ଶବ ନିଜ ଜନ୍ମ ସ୍ଥାନକୁ ଫେରାଇ ଆଣିବାକୁ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଥିଲେ। ଯାହାର ଖବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇବା ସଙ୍ଗେ ସଙ୍ଗେ ସହାୟତାର ହାତ ବଢ଼ାଇଥିଲେ। ମାଲେସିଆରୁ ଆଜି ଜ୍ୟୋତିରଞ୍ଜନଙ୍କ ମୃତଦେହ କଲିକତାରେ ପହଞ୍ଚିବ। ଆସନ୍ତା କାଲି ନିଜ ଜନ୍ମ ସ୍ଥାନକଳାଖଣ୍ଡ ଗ୍ରାମରେ ପହଞ୍ଚିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: