Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ଗାଁକୁ ଫେରୁଛି ବିଦେଶରେ କାମ କରୁଥିବା ଆଉ ଜଣେ ଓଡ଼ିଆ ଯୁବକଙ୍କ ମୃତଦହେ

Odisha

 ଗାଁକୁ ଫେରୁଛି ବିଦେଶରେ କାମ କରୁଥିବା ଆଉ ଜଣେ ଓଡ଼ିଆ ଯୁବକଙ୍କ ମୃତଦହେ

Manini Pattanayak
Browse all articles by Manini Pattanayak
·2 years ago·1 min read
 ଗାଁକୁ ଫେରୁଛି ବିଦେଶରେ କାମ କରୁଥିବା ଆଉ ଜଣେ ଓଡ଼ିଆ ଯୁବକଙ୍କ ମୃତଦହେ

 ଯାଜପୁର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହାୟତାରେ ମାଲେସିଆରୁ ଫେରିବା ଶବ  l ଗାଁକୁ ଫେରୁଛି ବିଦେଶରେ କାମ କରୁଥିବା ଆଉ ଜଣେ ଓଡ଼ିଆ ଯୁବକଙ୍କ ମୃତଦହେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରୁଛି ମୃତଦେହ । ବରୀ ରାମଚନ୍ଦ୍ରପୁର ଥାନା କଳାଖଣ୍ଡ ଗାଁର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତି ରଞ୍ଜନ ଦୀର୍ଘ ୭ ବର୍ଷ ହେଲା ମାଲେସିଆରେ ରହି ହୋଟେଲରେ କାମ କରୁଥିଲେ । ୬ ବର୍ଷ ରହଣି ପରେ ସେ ଗତ ୮ ମାସ ତଳେ ଗାଁକୁ ଆସିଥିଲେ ।

ଗତ ୧୬ ତାରିଖରେ ନୟାଗଡ଼ ଅଞ୍ଚଳର ଜଣେ ଯୁବକ ଜ୍ୟୋତି ରଞ୍ଜନଙ୍କ ମୃତ୍ୟୁ ହୋଇଥିବାର ଖବର ପରିବାରକୁ ଦେଇଥିଲେ । ଜ୍ୟୋତିଙ୍କ ମୃତଦେହ ସେ ରହୁଥିବା କୋଠରୀ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ଏନେଇ ଜ୍ୟୋତିଙ୍କ ଦାଦା ରାମଚନ୍ଦ୍ରପୁର ଥାନାରେ ଏକ ଏତଲା ଦେବା ସହ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଲିଖିତ ଅଭିଯୋଗ କରିଥିଲେ । ପରେ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଶବକୁ ଗାଁକୁ ଆଣିବାକୁ ସାମାଜିକ ଗଣମାଧ୍ୟ୍ୟମରେ ଅନୁରୋଧ କରିଥିଲେ । ଯାହାର ଖବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇ ତୁରନ୍ତ ଶବ ଫେରାଇ ଆଣିବାକୁ ବ୍ୟବସ୍ଥା କରିଥିଲେ । ଗତକାଲି  କୋଲକାତାରେ ମୃତଦେହ ପହଞ୍ଚିବା ପରେ ଆଜି ଗାଁରେ ପହଞ୍ଚିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Body returned from Malaysia with the help of Union Minister Dharmendra Pradhan | Argus News