Pilgrimage Turns Tragic / ବୋଲ ବମ ଯାତ୍ରା ହେଲା ଶେଷ ଯାତ୍ରା: ଜଳାଭିଷେକ କରି ଫେରିଲାବେଳେ ହେଲା ହୃଦଘାତ, ଚାଲିଗଲା ଜୀବନ
·2 weeks ago·2 min read

Key Points
ବୋଲ ବମ ଯାତ୍ରା ହେଲା ଶେଷ ଯାତ୍ରା
ମନ୍ଦିରରେ ଜଳାଭିଷେକ କରି ତଳକୁ ଫେରିଲାବେଳେ ଅଧା ପାହାଚରେ ହେଲା ହୃଦଘାତ
ଚାଲିଗଲା କାଉଡିଆଙ୍କ ଜୀବନ

ବୋଲ ବମ ଯାତ୍ରା ହେଲା ଶେଷ ଯାତ୍ରା l ମୃତ୍ୟୁ କେତେବେଳେ କାହାକୁ କେମିତି ଆସିବ ତାହା କିଏ ବା କହିବ। ମୃତ୍ୟୁ ହେଉଛି ଜୀବନର ଏକ ଚରମ ସତ୍ୟ। ଏହା ପ୍ରକୃତିର ଏକ ସୃଷ୍ଟି ଓ ଧ୍ୱଂସର ଚକ୍ର, ଯାହା ଜନ୍ମ ପରେ ପ୍ରତ୍ୟେକ ଜୀବ ପାଇଁ ନିଶ୍ଚିତ। ଶ୍ରାବଣ ସୋମବାରରେ ଚାଲିଗଲା କାଉଡିଆଙ୍କ ଜୀବନ। ଗଞ୍ଜାମ ଜିଲ୍ଲା କବିସର୍ଯ୍ୟନଗର ଥାନା ଅନ୍ତର୍ଗତ ଯୁମୁନାଗିରି ପାହାଡ ଉପରେ ଥିବା ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିରରେ ଜଳାଭିଷେକ କରି ତଳକୁ ଫେରିଲାବେଳେ ଅଧା ପାହାଚରେ ହୃଦଘାତରେ ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି ।''
ମୃତକ ହେଲେ ରାଇକିଆ ଅନ୍ତର୍ଗତ ଡୋଡିଙ୍ଗିଆ ପଞ୍ଚାୟତର ୩୫ ବର୍ଷିୟ ଲିଚୁ ବିନ୍ଧାଣୀ l ସୂଚନା ଅନୁସାରେ ଲିଚୁ ଓ ତାଙ୍କର କେତେ ଜଣ ସହଯୋଗୀ ମିଶି ବୋଲବମ ଆସିଥିଲେ l ଆସିକା ଋଷିକୂଲ୍ୟା ନଦୀରୁ ପାଣି ଉଠେଇବା ପରେ ସେମାନେ ଜଳାଭିଷେକ ପାଇଁ କବିସୂର୍ଯ୍ୟନଗର ଅନ୍ତର୍ଗତ ଯୁମୁନାଗିରି ପାହାଡ ଉପରେ ଥିବା ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିରକୁ ଯାଇଥିଲେ l ୧୨ଶହ ପାହାଚ ଅତିକ୍ରମ କରି ମୁଖ୍ୟ ପୀଠରେ ପହଞ୍ଚି ଜଳାଭିଷେକ କରି ତଳକୁ ଖସିବା ସମୟରେ ଅଧା ପାହାଚରେ ଲିଚୁ ହୃଦଘାତର ଶିକାର ହୋଇ ଟଳି ପଡ଼ିଥିଲେ।''
ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର
ସଙ୍ଗେ ସଙ୍ଗେ ତାଙ୍କୁ ସେଠାରୁ ଆମ୍ବୁଲାନ୍ସ ସହାୟତାରେ ତାଙ୍କ ସହଯୋଗୀ ମାନେ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l ଏଖବର ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି। ଅନେକ ମାନସିକ କରି ଯାଇଥିଲେ ବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ, ହେଲେ ଭଗବାନଙ୍କ ଇଛା କିଛି ଏପରି ଥିଲା। ଜଳାଭିଷେକ ପରେ ଚାଲିଗଲା କାଉଡିଆଙ୍କ ଜୀବନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ଶ୍ରାବଣ ସୋମବାରର ତୃତୀୟ ପାଳି। ଦେବ ଦେବ ମହାଦେବଙ୍କର କରୁଣା କାହାକୁ ବା ଅଗୋଚର। ଭକ୍ତି ଭାବରେ ତାଙ୍କୁ ଯିଏ ଆବାହନ କରନ୍ତି ସେ ତାଙ୍କର ସମସ୍ତ ଦୁଃଖ ହରି ନେଇଥାନ୍ତି। ସେଥିପାଇଁ ଅନେକେ ଶ୍ରାବଣ ମାସରେ ସୋମବାର ବ୍ରତ ରଖିଥାନ୍ତି। କାରଣ ସବୁ ମାସ ମଧ୍ୟରେ ଶ୍ରାବଣ ମାସଟି ଭଗବାନ ଭୋଳାନାଥଙ୍କର ପ୍ରିୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ଏହି ଶ୍ରାବଣ ସୋମବାର ବ୍ରତ କଲେ ଜୀବନରେ ସୁଖ, ଶାନ୍ତି ମିଳିବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି ସାଧୁମାନେ ମତ ମଧ୍ୟ ଦେଇଥାନ୍ତି। ସେହିପରି ନିଷ୍ଠାର ସହ ଏହି ବ୍ରତ କରୁଥିବା ବ୍ୟକ୍ତି ଅକାଳ ମୃତ୍ୟୁ ତଥା ଦୁର୍ଘଟଣାରୁ ବି ବର୍ତ୍ତି ଯାଇଥାନ୍ତି।''
ଆଉ ଯଦି ସେହି ଗଙ୍ଗାଜଳକୁ ରୋଷେଇ ଘରେ ରଖି ଦିଆଯାଏ, ତା’ହେଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏପରିକି ଏହି ସୋମବାର ଦିନ ରୁପାର ତ୍ରିଶୂଳ ଘରକୁ କିଣିକି ଆଣିଲେ ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ ବୋଲି ଲୋକମତ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories