Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Republic Day Controversy / ଗଣତନ୍ତ୍ର ଦିବସରେ ବୋଲଗଡ଼ରେ ବିବାଦ: ବିଡିଓ–ଜନପ୍ରତିନିଧି ମୁହାଁମୁହିଁ, ବନ୍ଦ ହେଲା ବ୍ଲକ ପରେଡ

Ritu Das
Browse all articles by Ritu Das
·5 months ago·2 min read
ଗଣତନ୍ତ୍ର ଦିବସରେ ବୋଲଗଡ଼ରେ ବିବାଦ: ବିଡିଓ–ଜନପ୍ରତିନିଧି ମୁହାଁମୁହିଁ, ବନ୍ଦ ହେଲା ବ୍ଲକ ପରେଡ
india

Key Points

ସାରା ଦେଶ ଆଜି ଉତ୍ସାହର ସହ ପାଳନ କରୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ପୁର ଠୁ ପଲ୍ଲୀ, ପଲ୍ଲୀରୁ ଦିଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ଏବଂ ଗଣତନ୍ତ୍ରର କାହାଣୀ କହୁଛି ତ୍ରିରଙ୍ଗା । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ସାରା ଦେଶ ଆଜି ଉତ୍ସାହର ସହ ପାଳନ କରୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ପୁର ଠୁ ପଲ୍ଲୀ, ପଲ୍ଲୀରୁ ଦିଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ଏବଂ ଗଣତନ୍ତ୍ରର କାହାଣୀ କହୁଛି ତ୍ରିରଙ୍ଗା । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ ସୃଷ୍ଟି ହୋଇଛି ଅଘୋଷିତ ଯୁଦ୍ଧ । ଖୋଦ ବୋଲଗଡ ଅଞ୍ଚଳର ଜଣେ ବିଡିଓ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସର ସାମୁହିକ ପରେଡ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିବା ସାଘାଂତିକ ଅଭିଯୋଗ ଆଣିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ।

ଏହାସହ ପଢ଼ନ୍ତୁ: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ; ତ୍ରିରଙ୍ଗା ଉଡ଼ାଇଲେ ରାଜ୍ୟପାଳ


ଖାଲି ସେତିକି ନୁହେଁ ସମ୍ପୃକ୍ତ ବିଡିଓ ଗତ ୨୧.୧.୨୬ ରେ ଜନପ୍ରତିନିଧି ମାନଙ୍କୁ ପଞ୍ଚାୟତ ସମିତି ପତ୍ର ନମ୍ବର ୨୯୧ ରେ ୮ ଟା ସମୟରେ ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ ପଡିଆରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରିଥିଲେ । ସେହିଭଳି ସେହିଦିନ ସମିତି ପତ୍ର ନମ୍ବର ୨୯୦ ରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ କାର୍ଯ୍ୟକ୍ରମ ପୂର୍ବରୁ ବିଡିଓ ଯେମିତି ପ୍ରସ୍ତୁତି ବୈଠକ ହେବା କଥା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ କେଉଁ କେଉଁ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ପରେଡରେ ସାମିଲ ହେବେ କିପରି ଏବଂ କିଭଳି ଶୃଙ୍ଖଳିତ ଭାବେ ଉତ୍ସାହର ସହ ଧୂମଧାମ ରେ ପାଳନ କରାଯିବ ସେ ବିଷୟରେ କୌଣସି ପ୍ରସ୍ତୁତି ବୈଠକ କଲେ ନାହିଁ କେବଳ ଚିଠି କରି ନିମନ୍ତ୍ରଣ ଦେଇ ଚୁପରେ ବସିଗଲେ । ନିମନ୍ତ୍ରଣ ରକ୍ଷାକରି ସଠିକ ସମୟରେ ବେଗୁନିଆ ବିଧାୟକ ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ଆସିଥିବା ବେଳେ କିନ୍ତୁ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ନିଜେ ବିଡିଓ ଚିଠି କରି ଡାକିଦେଇ ଅନୁପସ୍ଥିତ ରହିଥିଲେ ।

ମଞ୍ଚ ଉପରେ ନା ଥିଲେ ବିଡିଓ ନା କୌଣସି ବ୍ଲକ ପ୍ରଶାସନିକ ଅଧିକାରୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହ ଦୀର୍ଘ ବର୍ଷର ଯେଉଁ ପରମ୍ପରା ରହିଥିଲା ତାକୁ ବନ୍ଦ କରିଦେଇଥିବା ଅଭିଯୋଗ କରିଥିଲେ । ସେହିପରି ବିଡିଓଙ୍କ ପାଇଁ ଏତେ ବଡ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ସହ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିବା ବୋଲଗଡ଼ ଅଞ୍ଚଳର ସମାଜସେବୀ ନିର୍ବାଚିତ ପ୍ରତିନିଧି ଅଭିଯୋଗ କରିଛନ୍ତି । ସେପଟେ ଏନେଇ ବୋଲଗଡ଼ ବିଡିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Republic Day Clash in Bolagarh: Block Parade Stopped After Representatives Face Off | Viral Video | Argus News