ବଲାଙ୍ଗୀର ପାଇଁ ବାହାରିଲା ନୂଆଖାଇ ଲଗ୍ନ
·1 year ago

ଅର୍ଗସ ବ୍ୟୁରୋ: ପଶ୍ଚିମଓଡିଶାର ମହାନ ଗଣପର୍ବ ନୂଆଁଖାଇ। ନୂଆଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି। ପ୍ରଥାନୁଯାୟୀ ସମଗ୍ର ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ପୂର୍ବତନ ପାଟଣାଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ରାଶିନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତା. ୮-୯-୨୦୨୪ ରବିବାର ବିଶୁଦ୍ଧ ତୁଳା ଲଗ୍ନ ଶୁଭ ବେଳାରେ ଦିବା ଘ.୯.୩୫ ମି. ରୁ ଘ.୧୦.୭ ମି. ମଧ୍ୟରେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗିହେବ।
ଇଷ୍ଟଦେବୀଙ୍କୁ ନବାନ୍ନ ଲାଗିପରେ ପଶ୍ଚିମଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ। ଏନେଇ ଶୈଳଶ୍ରୀ ପ୍ୟାଲେସ ପାଟଣା ମହାରାଜାଙ୍କ ହାଉସ୍ ହୋଲ୍ଡ ଅଫିସ ତରଫରୁ ସୂଚନା ଦିଆଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: