Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଇକକୁ ଧକ୍କା ଦେଇ ଓଲଟିଲା ବୋଲେରୋ: ୨ ଗୁରୁତର

Ritu Das
Browse all articles by Ritu Das
·2 years ago
ବାଇକକୁ ଧକ୍କା ଦେଇ ଓଲଟିଲା ବୋଲେରୋ: ୨ ଗୁରୁତର

ଅର୍ଗସ ବ୍ୟୁରୋ: ବାଇକକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟିଲା ବୋଲେରୋ। ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଚିକିଣିଆ ନିକଟରେ ଘଟିଛି ଏହି ଦୁର୍ଘଟଣା। 

ଏକ ବାଇକକୁ ଏକ ବୋଲେରୋ ଧକ୍କା ଦେଇଛି। ଦୁର୍ଘଟଣା ଘଟାଇ ବୋଲେରୋଟି ରାସ୍ତା ଉପରେ ଓଲଟି ପଡ଼ିଛି। ବାଇକରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଜଣ ଚିକିଣିଆ ଗ୍ରାମର ନାରଣ ନାଏକ  ଓ ଯଦୁମଣି ନାଏକ  ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଉଭୟ ବାଇକ୍ ଓ ବୋଲେରୋ ଢେଙ୍କିକୋଟରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bolero hit | Argus News