ବାଲିବୋଝେଇ ଡମ୍ପରକୁ ଧକ୍କାଦେଲା ବରଯାତ୍ରୀ ବୋଲେରୋ: ୭ ଗୁରୁତର
·2 years ago·1 min read

ଅର୍ଗସ ବ୍ୟୁରୋ: କୁହୁଡି ଯୋଗୁ ଆଜି ସକାଳୁ ବିଭିନ୍ନ ସ୍ଥାନରେ ପୃଥକ ଦୁର୍ଘଟଣା ଦେଖିବାକୁ ମିଳିଛି। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ନିକଟରେ ଭୋର ସମୟରେ ଏକ ବରଯାତ୍ରୀ ନେଇ ଫେରୁଥିବା ବୋଲେରୋ ବାଲି ବୋଝେଇ ଡମ୍ପର ପଛରୁ ଧକ୍କା ଦେବା ଫଳରେ ୭ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ପ୍ରଥମେ ସୋର ଡାକ୍ତରଖାନା ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାରଦୀପା ଗ୍ରାମର ୯ ଜଣ ବରଯାତ୍ରୀଙ୍କୁ ନେଇ କଟକରୁ ପାରଦୀପା ଗ୍ରାମକୁ ଫେରୁଥିବା ବେଳେ ଏହି ସ୍ଥାନରେ ଏକ ବାଲି ବୋଝେଇ ଡମ୍ପର ରାସ୍ତା ପାଖରେ ଛିଡା ହୋଇଥିବା ବେଳେ ବୋଲେରୋଟି ଡମ୍ପର ପଛକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଖବରପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି l ଦୁର୍ଘଟଣା ପରେ ବାଲି ବୋଝେଇ ଡମ୍ପରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: