Videos
|
Odisha

ବୋଲେରୋ ଓଲଟି ୧୦ ଆହତ  

Manini Pattanayak
Browse all articles by Manini Pattanayak
·2 years ago
ବୋଲେରୋ ଓଲଟି ୧୦ ଆହତ  

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥରେ ସିଙ୍ଗଡାପଲ୍ଲୀ ଠାରେ ସଡକ ଦୁର୍ଘଟଣାରେ 10 ଜଣ ଆହତ ହୋଇଛନ୍ତି। ମାଲକାନଗିରି ଠାରୁ ପୁରୀ ଅଭିମୁଖେ ଯାଉଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ସିଙ୍ଗଡାପଲ୍ଲୀ ଠାରେ ଘଟିଥିଲା ଅଘଟଣ।

ବୋଲେରୋରେ ବସିଥିବା 10 ଜଣ ମଧ୍ୟରୁ 8 ଜଣ ଗୁରୁତର ଆହତ ଥିବା ବେଳେ 2 ଜଣ ସାମାନ୍ୟ ଆହତ। ପ୍ରଥମେ ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: