ବୋଲେରୋ-ଟ୍ରକ ଧକ୍କାରେ ଡ୍ରାଇଭର ମୃତ: ୪ ଗୁରୁତର
·1 year ago

ଅର୍ଗସ ବ୍ୟୁରୋ: ଆଜି ସକାଳ ୬ ଟା ସମୟରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଗ୍ରାମରୁ ରୋଗୀଙ୍କୁ ନେଇ ଏକ ବୋଲେରୋରେ ଭବାନୀପାଟଣା ଡାକ୍ତରଖାନାକୁ ଯାଉଥିଲେ। ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ଟ୍ରକ ଓ ବାଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ବିରିକୋଟ ଗ୍ରାମର ଡ୍ରାଇଭର ଦିଲ୍ଲୀପ ନାଏକଙ୍କ ମୃତ୍ୟୁ ହୋଇଛି । ବଳେରୋ ଗାଡି ରେ ବସିଥିବା ଅନ୍ୟ ୪ ଜଣ ଗୁରୁତର ହୋଇଛି ଚିକିତ୍ସିତ ହେଉଛନ୍ତି । ଅନ୍ୟ ପକ୍ଷରେ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଦୁର୍ଘଟଣା ସ୍ଥଳରେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ଛଡ଼ା ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀ ଆସିନାହାନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: