ଅରୁନ୍ଧତୀ ଜୁଏଲର୍ସର ଶୋ'ରୁମ ଉଦଘାଟନରେ ଯୋଗଦେଲେ ବଲିଉଡ ଅଭିନେତ୍ରୀ

ଅର୍ଗସ ବ୍ୟୁରୋ: ଓଡିଶାର ପ୍ରମୁଖ ସୁନା ଅଳଙ୍କାର ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସର ଅଷ୍ଟମ ଶୋରୁମ କଟକରେ ଉଦଘାଟନ ହୋଇଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡରେ ଏହି ନୂତନ ଶୋ'ରୁମର ଉଦ୍ଘାଟନ କରାଯାଇଛି । ରବୀନା ପ୍ରଥମଥର କଟକ ଆସି ଖୁସି ହୋଇଯାଇଥିଲେ। କହିଲେ ହିନ୍ଦୁସ୍ତାନରେ ଏତେ ସୁନ୍ଦର ଜାଗା ଥିଲା ମୁଁ ପୂର୍ବରୁ କାହିଁକି ଆସି ନ ଥିଲା। ମୁଁ ଉଦଘାଟନ ସମାରୋହରେ ଯୋଗ ଦେଇ ବହୁତ ଖୁସି ଅନୁଭବ କରିଛି।
ଆଉ ମଧ୍ୟ ରବୀନା କହିଲେ କଟକ ମୋତେ ଖୁବ ସୁନ୍ଦର ଲାଗିଲା। ଏଠାକାର ସୁନାର କଲେକ୍ସନ ବି ମୋତେ ବହୁତ ଭଲ ଲାଗିଲା। ଆଉ ଏହି ସହରର ରାସ୍ତାଘାଟ ବହୁତ ସ୍ବଚ୍ଛ। ମୁଁ ଆଉଥରେ ଏହି ସ୍ଥାନକୁ ନିଶ୍ଚିତ ଆସିବି। ସତେରେ କଟକ ଲୋକଙ୍କର ଯେତେ ପ୍ରଶଂସା କଲେ ହେବ। ସତରେ ଭାଇଚାରାର ସହର କଟକ।
ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଏକ୍ସକ୍ଲୁସିଭ ଶୋ'ରୁମର ଶୁଭାରମ୍ଭ କରିଛନ୍ତି । ତାଙ୍କ ସହ ଅରୁନ୍ଧତୀ ଜୁଏଲର୍ସ ଗ୍ରୁପର ଗୌରାଙ୍ଗ ମେହେର, ଲକ୍ଷ୍ମୀ ମେହେର ଉପସ୍ଥିତ ଥିଲେ ।
ଏହି ଉଦଘାଟନୀ ସମାରୋହରେ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର