Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ବଲିଉଡ୍ ଅଭିନେତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ବଲିଉଡ୍ ଅଭିନେତ୍ରୀ

ଅର୍ଗସ ବ୍ୟୁରୋ:  ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ବଲିଉଡ୍ ଅଭିନେତ୍ରୀ ଡେଜି ଶାହ । ଦର୍ଶନ ପରେ ବଲିଉଡର ଜୟ ହୋ ଫେମ୍ ଡେଜି ଅତ୍ୟନ୍ତ ଭବବିହ୍ୱଳ ହୋଇଥିବାର ନଜର ଆସିଥିଲା । ଦର୍ଶନ ପ୍ରତିକ୍ରିୟା କହିବାକୁ ଡେଜିଙ୍କ ପାଟିରୁ ଶବ୍ଦ ବାହାରି ନଥିଲା । ଏ ଦର୍ଶନ ଶ୍ରୀମନ୍ଦିରରେ ତାଙ୍କର ପ୍ରଥମ ଦର୍ଶନ ଥିଲା ଡେଜି କହିଥିଲେ। ଜଣେ ଭାରତୀୟ ନାରୀ ହିସାବରେ ସେ  ପୂଜକ ମାନଙ୍କର ପାଦ ଛୁଇଁ ପ୍ରଣାମ କରିଥିବାର ଦେଖାଯାଇଥିଲା । ଆଗକୁ ଏକ ୱେବ୍ ସିରିଜ୍ ରେ ସେ ନିଜକୁ ବ୍ୟସ୍ତ ରହିଛନ୍ତି ବୋଲି କହିବା ସହ ଖୁବ୍ କମ ସମୟ ଅର୍ଥାତ୍ ମାତ୍ର ୪ ମାସ ମଧ୍ୟରେ ପୁଣିଥରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିବେ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bollywood actress daisy shah took communion with lord jagannath in the puri temple | Argus News