Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ବୋମାମାଡ ; ବର୍ଷକରେ ଗଞ୍ଜାମରେ ଗଡିଲାଣି ୮୮ ମୁଣ୍ଡ

Odisha

ପୁଣି ବୋମାମାଡ ; ବର୍ଷକରେ ଗଞ୍ଜାମରେ ଗଡିଲାଣି ୮୮ ମୁଣ୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପୁଣି ବୋମାମାଡ ;  ବର୍ଷକରେ ଗଞ୍ଜାମରେ ଗଡିଲାଣି ୮୮ ମୁଣ୍ଡ


ଗଞ୍ଜାମ : ଲ' ଲେସନେସ୍ ଗଞ୍ଜାମ । ପୁଣି ନାବାଳକକୁ ଅପହରଣ । କଥା କଥାରେ ବୋମା ମାଡ଼ । ବୋମା ମାଡ଼ରେ ଦୁଇ ଗୁରୁତର ।  ଉଭୟଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ନାବାଳକକୁ ଅପହରଣ ଅଭିଯୋଗ  ହୋଇଛି । ଜିଲ୍ଲାରେ  ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ।

ଅଧିକ ପଢନ୍ତୁ : ଅସଜଡାକୁ ସଜାଡିବାକୁ ଗଞ୍ଜାମରୁ ଲଢିବେ ପାଣ୍ଡିଆନ୍‌ ?

ଏଠି ପ୍ରଶ୍ନ, ଗୃହ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଏ କଥା ଜଣା ଅଛି ତ ? ଚଳିତବର୍ଷ ସାରା ଗଞ୍ଜାମ ଜିଲ୍ଲାରେ ହାଣକାଟ ଶହ ମୁଣ୍ଡ ଗଡୁଛି।  ତଥ୍ୟ କହୁଛି ବର୍ଷକରେ ସାରା ଗଞ୍ଜାମରେ ଗଡିଲାଣି 88 ମୁଣ୍ଡ। ଗଞ୍ଜାମ ପୋଲିସ ଜିଲ୍ଲାରେ 65ଟି ହତ୍ୟାକାଣ୍ଡ ହୋଇଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ 23ଟି ହତ୍ୟାକାଣ୍ଡ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bomb attack in ganjam Two were seriously injured in the bombing | Argus News