Bomb Blast In Bhubaneswar / କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ ଫୁଟିଲା ବୋମା, ଲୋକେ ଆତଙ୍କିତ
·7 months ago·3 min read

Key Points
ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା। ଗାଡ଼କଣରେ ବୋମା ମାଡ଼। କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ ବୋମା ଫୁଟିଛି।
ସକାଳୁ ସକାଳୁ ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଫୁଟିଲା ବୋମା। ସ୍କୁଲ ଗେଟ୍ ସାମ୍ନାରେ ବୋମା ବିସ୍ଫୋରଣ କଲେ ଅଜଣା ବ୍ୟକ୍ତି। ଯାହାକୁ ନେଇ ଭୟରେ ରାଜଧାନୀବାସୀ । ତେବେ ସୂଚନାନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଭୁବନେଶ୍ୱରରେ ବୋମା ବିସ୍ଫୋରଣ ହୋଇଥିବା ଘଟଣା ପୂରା ରାଜଧାନୀକୁ ଦୋହଲାଇ ଦେଇଛି। ତାହା ପୁଣି କେନ୍ଦ୍ରୀୟ ସ୍କୁଲ ଗେଟ୍ ସାମ୍ନାରେ । ସ୍କୁଲର ପିଲାମାନେ ଭିତରକୁ ଯିବାପରେ ଏହି ବିସ୍ଫୋରଣ ହୋଇଥିଲା। ତେବେ ସ୍କୁଲର ଛୋଟ ଛୋଟ ପିଲାଙ୍କ ଉପରେ କଣ ପାଇଁ କିଏ ରାଗ ରଖି ଏମିତି କରିବ।
ହଁ ଆଜ୍ଞା ମଞ୍ଚେଶ୍ୱର ରେଲଓ୍ୱେ କଲୋନୀରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ର ମୁଖ୍ୟ ଫାଟକ ସାମ୍ନାରେ ସକାଳ ପ୍ରାୟ ୮ଟା ସମୟରେ ବୋମା ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି।
ଗାଡ଼କଣରେ ବୋମା ମାଡ଼। କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ ବୋମା ଫୁଟିଛି। ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ । ସକାଳ ୮ ବେଳେ ଫୁଟିଲା ବୋମା । ଦୃର୍ବୃତ୍ତମାନେ ଅନ୍ୟ ଆଡ଼େ ନେଇ ଯାଉଥିବା ବେଳେ ଘଟିଛି ଅଘଟଣ । ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ପୋଲିସର ଛାନଭିନ ଜାରି ରହିଛି।
ଏହାସହ ପଢ଼ନ୍ତୁ: ମୋଦିଙ୍କୁ ନେଇ କହିଥିଲେ ଅପଶବ୍ଦ, ଏବେ ଅଡ଼ୁଆରେ
କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ଅନୁମାନ କରିଛି ପୋଲିସ। କିଏ କେଉଁଠାକୁ ଆଉ କେଉଁ ଆଡେ ବୋମା ନେଉଥିଲେ ତାର ତନାଘନା କରୁଛି ପୋଲିସ। ଘଟଣାସ୍ଥଳରୁ ବାଣର କିଛି ଟୁକୁଡା ଅଂଶ, ଲୁହା କଣ୍ଟା ଜବତ କରିଛି ପୋଲିସ। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ଚାଲିଛି ଯାଞ୍ଚ୍। ତେବେ କିଏ ଆଉ କାହିଁକି ଏଭଳି କାଣ୍ଡ ଘଟାଇଲା ଏହାର କାରଣ ଖୋଜୁଛି ପୋଲିସ। ତେବେ ଘଟଣା ସ୍ଥଳରେ NIAର ଅଧିକାରୀ ଆସି ତଦନ୍ତ କରୁଛନ୍ତି । ତିନି ଜଣିଆ Explosive expert NIA ଟିମରେ ଅଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ ଜାରି ରହିଛି।
RPF DIG, ACP ଜୋନର ୫ ଜଣିଆ ଟିମ ସହ ବିଶ୍ଵ ରଞ୍ଜନ ସେନାପତି ଉପସ୍ଥିତ ଅଛନ୍ତି। ସ୍କୁଲ ଫାଟକରେ ବୋମାମାଡ ଘଟଣାରେ ଅଭିଭାବକ, ରେଲୱେ କଲୋନୀ ଅଧିବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ସାଇଣ୍ଟିଫିକ ଟିମ ଆସିଛି। ସାମ୍ପଲ ବି ସିଜ କରାଯାଇଛି। ଘଟଣାସ୍ଥଳ ବି ଭିଜିବଲ ଅଛି। ବିସ୍ଫୋରଣରେ ଜବତ ହୋଇଥିବା କାଗଜ ଟୁକୁଡ଼ା ଏବଂ ସୁତୁଲି ମିଳିଛି। ଦୁଇଟି ଟିମ ଏହି ଘଟଣାକୁ ନେଇ ଟିକିନିଖି ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ସାଧାରଣ ବାଣ ଭଳି ଲାଗୁଛି। ଯେତେବେଳେ ତଦନ୍ତ ସରିବ ଏହାର ସ୍ପଷ୍ଟ ଚିତ୍ର ଆସିବ।
ସେପଟେ ବୋମାମାଡ଼ ଘଟଣା ଶୁକ୍ରବାର ବିଧାନସଭାରେ ଉଠିଛି। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଗୃହରେ ଏହି ପ୍ରସଙ୍ଗ ଉଠାଇ ଘଟଣାର ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି। ଏହାର ଉତ୍ତରରେ ବାଚସ୍ପତି କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ତଥ୍ୟ ସଂଗ୍ରହ କରି ଗୃହକୁ ଅବଗତ କରାଇବେ।
ଏହାସହ ପଢ଼ନ୍ତୁ: ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ବ୍ୟବସାୟୀଙ୍କୁ ହାଣି ଲୁଟି ନେଲେ ୨୦ ଲକ୍ଷ
ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ । ଦିନ ହେଉ କି ରାତି କାହାକୁ ଡରୁନାହାନ୍ତି ଅପରାଧୀ । ଭୁବନେଶ୍ବରରେ ପୁଣି ଆକ୍ଟିଭ୍ ହେଲେ ଅପରାଧୀ । ପୋଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଧଡକ ଲୁଟ୍ପାଟ୍ କରୁଛନ୍ତି । ଗୁରୁବାର ଭୁବନେଶ୍ବରରେ ଜଣେ ବ୍ୟବସାୟୀଙ୍କୁ ହାଣି ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ପାହାଳ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ତେବେ ଏହି ଲୁଟ୍ର ଶିକାର ହୋଇଛନ୍ତି ବାଲେଶ୍ବରର ପ୍ରଭାତ କୁମାର ସାହୁ । ସେପଟେ ଏନେଇ ପ୍ରଭାତ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories