ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ଗ୍ରାମରେ ବୋମାମାଡ: ୧୩ ଗୁରୁତର

ଅର୍ଗସ ବ୍ୟୁରୋ: ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ଗ୍ରାମରେ ବୋମାମାଡରେ ୧୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଗଣିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଦୁଇଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଗତକାଲି ରାତି ୧୦ଟା ସମୟରେ ଏହି ଘଟଣା ଘଟଛି। ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନରୁ ଦଳୀୟ କନ୍ଦଳ ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁମ୍ଭାରପଡା ଗାଁ ରେ ଦୁଇ ଗୋଷ୍ଠୀ ମଧ୍ୟ ରେ ତିକ୍ତତା ଲାଗି ରହିଥିଲା । ଗତକାଲି ଉଭୟ ଗୋଷ୍ଠୀଙ୍କ ତିକ୍ତତା ଉଗ୍ର ରୂପ ନେଇଥିଲା । କାଲି ବିଳମ୍ବିତ ରାତିରେ ସମାନ୍ୟ ବଚସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ସହ ବୋମା ମାଡ଼ ମଧ୍ୟ ହୋଇଥିଲା। ଫଳରେ ଉଭୟଙ୍କ ପକ୍ଷରୁ 13ଜଣ ଆହତ ହୋଇଥିଲେ । ବର୍ତ୍ତମାନ ସମୟରେ ଗ୍ରାମରେ ହୋଇଥିବା ଉତ୍ତେଜନା ସାମାନ୍ୟ ଶାନ୍ତ ରହିଥିବା ଜଣାପଡିଛି। ବୋମାମାଡରେ ସଂପୃକ୍ତ ରହିଥିବା ମୁଖ୍ୟ ଆସାମୀମାନଙ୍କୁ ପୋଲିସ ଧରିବାରେ ଅସଫଳ ହୋଇଛନ୍ତି। ଏହି ସମ୍ପର୍କରେ ସଠିକ ଭାବରେ ତଥ୍ୟ ଜାଣିବା ପାଇଁ ଆମେ ଖଣ୍ଡପଡ଼ା ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର