Videos
|
Odisha

ବିଳମ୍ବିତ ରାତିରେ ବ୍ୟବସାୟୀଙ୍କ ଗ୍ୟାରେଜରେ ବୋମାମାଡ଼

Ritu Das
Browse all articles by Ritu Das
·2 years ago·1 min read
ବିଳମ୍ବିତ ରାତିରେ ବ୍ୟବସାୟୀଙ୍କ ଗ୍ୟାରେଜରେ ବୋମାମାଡ଼

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାଇବିହାର ଲେନରେ ଥିବା ମାଷ୍ଟର ଭେରାଇଟ ଷ୍ଟୋରର ମାଲିକ ସରୋଜ ଭୂଷଣ ମହାନ୍ତିଙ୍କ ଗ୍ୟାରେଜରେ ବିଳମ୍ବିତ ରାତିରେ ବୋମାମାଡ଼ କଲେ ଦୁର୍ବୃତ୍ତ। ଗ୍ୟାରେଜରେ ଥିବା ପିକଅପ ଭ୍ୟାନ ସହିତ ଫରଚ୍ୟୁନର କାର କାଚକୁ ବାଡେଇ ଭାଙ୍ଗି ଦେବା ଶହ ପିକଅପ ଭ୍ୟାନରେ ଥିବା ପ୍ରାୟ ୮୦ହଜାର ଟଙ୍କାର ଗୁଟଖା ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। 

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗରର  ବ୍ୟବସାୟୀ ସରୋଜଙ୍କ ଗ୍ୟାରେଜ ଘରେ କୌଣସି ଦୁର୍ବୁତ୍ତ ବୋମାମାଡ଼ କରିବା ସହ ପେଟ୍ରୋଲ ଢାଳି ଗ୍ୟାରେଜରେ ଥିବା ପିକଅପ ଭ୍ୟାନ,ଏକ ଦାମୀ ଫରଚ୍ୟୁନର ଗାଡିକୁ ଜାଳିଦେଇଛନ୍ତି। ପିକଅପ ଭ୍ୟାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ବେଳେ ଦାମୀ ଫରଚ୍ୟୁନର ଗାଡିର କାଚକୁ ବୋମାମାଡ଼ କରାଯାଇଛି। 

ଏ ସମ୍ପର୍କରେ ଖବରପାଇ ସରୋଜ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: