16 ନମ୍ବର ଜାତୀୟ ରାଜପଥରେ ବୋମା ମାଡ଼
·1 year ago·1 min read

ଅର୍ଗସ ବ୍ୟୁରୋ: ରାଜଧାନୀରେ ବୋମା ମାଡ଼ । 16 ନମ୍ବର ଜାତୀୟ ରାଜପଥ କଡ଼ରେ ହୋଟେଲ କାଞ୍ଚନ ସାମ୍ନାରେ ଗାଡି କୁ ବୋମା ମାଡ଼ । ବୋମା ମାଡ଼ ଫଳରେ ଗାଡି ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଘଟଣା ସ୍ଥଳରେ ଇନଫୋଭ୍ୟାଲି ଥାନା ପୋଲିସର ଛାନବିନ ଜାରି ରହିଛି ।ସୂଚନାନୁଯାୟୀ ବାଇକରେ କିଛି ଦୁର୍ବୁତ୍ତ ଆସି ବୋମା ମାଡ଼ କରିଥିଲେ ବୋମା ମାଡ଼ର କାରଣ ଅସ୍ପଷ୍ଟ । ବୋମା ମାଡ଼ ହେତୁ ଦୁଇ ରୁ ତିନିଜଣ ଆହତ ହୋଇଥିବା ସୂଚନା ।ସ୍ଥାନୀୟ ଏକ ମେଡିକାଲ ରେ ଆହତ ଙ୍କୁ ଚିକିତ୍ସା ପାଇଁ ପଠାଇଛି ପୋଲିସ । ବୋମା ମାଡ଼ ପରେ ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଛନ୍ତି । ହୋଟେଲ ରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ପୂର୍ବ ଶତ୍ରୁତା ନେଇ ଏଭଳି ଦୁର୍ବୁତ୍ତ ମାନେ ଏଭଳି ଘଟଣା ଘଟାଇଥିବା ସ୍ଥାନୀୟ ଲୋକ ମାନେ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: