Drone Surveillance / ଏହି ଜଙ୍ଗଲରେ ନିଶା ମାଫିଆଙ୍କ ଆଡ୍ଡା ! ଡ୍ରୋନ୍ ଖୋଜୁଛି ଗଞ୍ଜେଇ ଓ ଅଫିମ ଚାଷ
·1 hour ago·2 min read

Key Points
ବଣାଇ ଜଙ୍ଗଲରେ ନିଶା ମାଫିଆଙ୍କ ଆଡ୍ଡା!
ନିଶା ମାଫିଆଙ୍କ ଉପରେ ବନ ବିଭାଗର କଡ଼ା ନଜର
ଡ୍ରୋନ ଖୋଜୁଚି ଗଞ୍ଜେଇ ଓ ଅଫିମ ଚାଷ
ନିଶା ମାଫିଆଙ୍କ ଉପରେ ବନ ବିଭାଗର କଡ଼ା ନଜର
ଡ୍ରୋନ ଖୋଜୁଚି ଗଞ୍ଜେଇ ଓ ଅଫିମ ଚାଷ
ଜଙ୍ଗଲରେ ନିଶା ମାଫିଆଙ୍କ ଉପରେ ବନ ବିଭାଗର କଡ଼ା ନଜର। ଘଞ୍ଚ ଜଙ୍ଗଲ ଭିତରେ ଲୁଚିଛି କି ବେଆଇନ ଗଞ୍ଜେଇ ଓ ଅଫିମ ଚାଷ? ଏହାର ଖୋଜ୍ରେ ଏବେ ଡ୍ରୋନ୍ ସହାୟତା ନେଇଛି ବନ ବିଭାଗ। ବଣାଇ ବନଖଣ୍ଡର ୭ଟି ରେଞ୍ଜର ବିଭିନ୍ନ ଅଞ୍ଚଳରେ ଆକାଶମାର୍ଗରୁ ଚାଲିଛି ନିରୀକ୍ଷଣ। ଏପରିକି ଯାଞ୍ଚ ବେଳେ କିଛି ସନ୍ଦେହଜନକ ସ୍ଥାନ ବନ ବିଭାଗର ନଜରକୁ ଆସିଥିବା ସୂଚନା ମିଳିଛି।
ବଣାଇ ବନଖଣ୍ଡ ଅଧୀନରେ ଥିବା ଦୁର୍ଗମ ଓ ସଂରକ୍ଷିତ ଜଙ୍ଗଲରେ ବେଆଇନ ନିଶାଦ୍ରବ୍ୟ ଚାଷକୁ ନେଇ ଚିନ୍ତା ବଢ଼ିଛି। ଜଙ୍ଗଲର ଅପହଞ୍ଚ ଅଞ୍ଚଳକୁ ଆଡ୍ଡା କରି ନିଶା ଚାଷ ଚାଲିଥିବା ଆଶଙ୍କା କରାଯାଉଛି। ଲହୁଣିପଡ଼ା, ଗୁରୁଣ୍ଡିଆ ଓ କୋଇଡ଼ା ବ୍ଲକ୍ ଅଞ୍ଚଳରେ ପୂର୍ବରୁ ଅଫିମ ଚାଷ ଠାବ ହୋଇଥିବା ଘଟଣା ଏହି ଚିନ୍ତାକୁ ଆହୁରି ବଢ଼ାଇଛି। ଏହାପରେ ବନ ବିଭାଗ ସହ ପୋଲିସ ଓ ଅବକାରୀ ବିଭାଗର ତତ୍ପରତା ବଢ଼ିଛି।
ପଢନ୍ତୁ ଏହି ଖବର: ଥାର୍ରେ ଆସୁଥିଲା ବେଆଇନ ବନ୍ଧୁକ! ମାଡ଼ିବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍
ମାଫିଆଙ୍କ ଲିଙ୍କ୍ ଖୋଜୁଛି ବନ ବିଭାଗ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ବାହାର ରାଜ୍ୟରୁ କିଛି ମାଫିଆ ବଣାଇ ଅଞ୍ଚଳକୁ ଆସି ସ୍ଥାନୀୟ ଗାଁ ଲୋକଙ୍କୁ ବେଆଇନ ନିଶା ଚାଷ ପାଇଁ ପ୍ରଲୋଭିତ କରୁଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ପରେ ବଣାଇ ଡିଏଫ୍ଓ ଯଶବନ୍ତ ସେଠୀଙ୍କ ନିର୍ଦ୍ଦେଶରେ ଡ୍ରୋନ୍ ଅଭିଯାନ ଆରମ୍ଭ ହୋଇଛି। ଜଙ୍ଗଲର ବିଭିନ୍ନ ସ୍ଥାନକୁ ଡ୍ରୋନ୍ ମାଧ୍ୟମରେ ଯାଞ୍ଚ କରି ସନ୍ଦେହଜନକ ଚାଷ ଜମି ଚିହ୍ନଟ କରାଯାଉଛି। ଏନେଇ ଏସିଏଫ୍ କହିଛନ୍ତି, ବଣାଇ ବନଖଣ୍ଡର ୭ଟି ରେଞ୍ଜର ବିଭିନ୍ନ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇ ନିରୀକ୍ଷଣ କରାଯାଉଛି। କେଉଁଠି ନିଶା ଚାଷ ହେଉଛି, ତାହା ଉପରେ ନଜର ରଖାଯାଇଛି। ଯାଞ୍ଚ ସମୟରେ କିଛି ସ୍ଥାନ ବନ ବିଭାଗର ନଜରକୁ ଆସିଥିବା ସେ ସୂଚନା ଦେଇଛନ୍ତି।
କିଏ ଏହି ନିଶା ଚାଷର ମାଷ୍ଟରମାଇଣ୍ଡ?
ତେବେ ବଣାଇ ଜଙ୍ଗଲରେ ବେଆଇନ ନିଶା ଚାଷ ପଛରେ କାହାର ହାତ ରହିଛି? ବାହାର ରାଜ୍ୟରୁ ଆସୁଥିବା ମାଫିଆଙ୍କ ନେଟୱର୍କ କେତେ ବଡ଼? ସ୍ଥାନୀୟ ଲୋକଙ୍କୁ ଏହି କାରବାରରେ ସାମିଲ କରାଯାଉଛି କି? ଏସବୁ ଦିଗକୁ ନେଇ ଏବେ ତଦନ୍ତ ଜରୁରି ହୋଇପଡ଼ିଛି। ଡ୍ରୋନ୍ ନିରୀକ୍ଷଣରୁ ମିଳୁଥିବା ତଥ୍ୟ ଆଧାରରେ ଆଗକୁ ଚଢ଼ାଉ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ କେତେ ଜୋରଦାର ହେଉଛି, ତାହା ଉପରେ ଏବେ ନଜର।

Related Topics
Explore more stories