Videos
|
Odisha

Illegal Arms Smuggling / ଥାର୍‌ରେ ଆସୁଥିଲା ବେଆଇନ ବନ୍ଧୁକ! ମାଡ଼ିବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍

Bikash Mohanty
Browse all articles by Bikash Mohanty
·2 hours ago·2 min read
ଥାର୍‌ରେ ଆସୁଥିଲା ବେଆଇନ ବନ୍ଧୁକ! ମାଡ଼ିବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍
Illegal Arms Smuggling

Key Points

ଥାର୍‌ରେ ଆସୁଥିଲା ବେଆଇନ ବନ୍ଧୁକ!
ମାଡ଼ିବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍
ଦୁଇଟି ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି ଜବତ
ଗାଡ଼ି ସହ ଅଭିଯୁକ୍ତକୁ ମଧ୍ୟ କାବୁ କରିଛି ପୋଲିସ

ଭୁବନେଶ୍ୱର୧୩/୧୧: ରାଜଧାନୀ ଉପକଣ୍ଠରେ ବେଆଇନ ବନ୍ଧୁକ କାରବାରର ପର୍ଦ୍ଦାଫାସ୍‌। ବନ୍ଧୁକ ଚାଲାଣ ବେଳେ ଅଭିଯୁକ୍ତକୁ ମାଡ଼ିବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ଏକ ଥାର୍‌ ଗାଡ଼ିରେ ବେଆଇନ ବନ୍ଧୁକ ନେଇ ଯାଉଥିବା ବେଳେ ଚଢ଼ାଉ କରିଥିଲା ଟିମ୍‌। ଏହି ଘଟଣାରେ ଦୁଇଟି ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି। ଗାଡ଼ି ସହ ଅଭିଯୁକ୍ତକୁ ମଧ୍ୟ କାବୁ କରିଛି ପୋଲିସ।

ସୂଚନା ଅନୁସାରେ, ବାଲିପାଟଣା ଅଞ୍ଚଳକୁ ବେଆଇନ ବନ୍ଧୁକ ଚାଲାଣ ହେବା ନେଇ ସ୍ପେଶାଲ କ୍ରାଇମ୍ ୟୁନିଟ୍‌କୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଆକ୍ସନ୍‌ ମୋଡ୍‌କୁ ଆସିଥିଲା ଟିମ୍‌। ଗୁପ୍ତ ସୂଚନା ଆଧାରରେ ନଜର ରଖିବା ସହ ସନ୍ଦିଗ୍ଧ ଥାର୍‌ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ମିଳିଥିବା ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତକୁ ଗାଡ଼ି ସହ ଅଟକ ରଖିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜବତ ବନ୍ଧୁକ କେଉଁଠୁ ଆସିଥିଲା ଏବଂ କାହା ପାଖକୁ ଚାଲାଣ ହେଉଥିଲା, ତାହା ଜାଣିବାକୁ ତଦନ୍ତ ଚାଲିଛି।

ପଢନ୍ତୁ ଏହି ଖବର: ସଫଳତାର ଶିଖରରେ ଥିଲେ, ଏବେ ପ୍ରେମ ବିବାଦରେ ଫସିଲେ! ୩ ମହିଳାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଏହି ବ୍ୟକ୍ତି

ତେବେ ଏହି ବନ୍ଧୁକ କାରବାର ପଛରେ ଆଉ କେହି ସାମିଲ ଅଛନ୍ତି କି? ଅଭିଯୁକ୍ତର କୌଣସି ବଡ଼ ଅପରାଧିକ ନେଟୱର୍କ ସହ ଲିଙ୍କ୍‌ ରହିଛି କି? ବନ୍ଧୁକ ଯୋଗାଣକାରୀ କିଏ ଏବଂ କେଉଁ ଅଞ୍ଚଳରୁ ଏହା ଆସୁଥିଲା? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍‌। ଅଭିଯୁକ୍ତର ଅପରାଧିକ ପୃଷ୍ଠଭୂମି, ବନ୍ଧୁକର ଉତ୍ସ ଏବଂ ଚାଲାଣ ପଛରେ ଥିବା ସମ୍ଭାବ୍ୟ ନେଟୱର୍କକୁ ନେଇ ଖୋଳତାଡ଼ ଜାରି ରହିଛି। ତଦନ୍ତ ପରେ ଏହି ବେଆଇନ ବନ୍ଧୁକ କାରବାରର ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।

ରାଜଧାନୀ ଭୁବନେଶ୍ୱରରେ ବେଆଇନ ବନ୍ଧୁକ କାରବାର ବିରୋଧରେ କମିଶନରେଟ ପୋଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (STF) ପକ୍ଷରୁ ନିୟମିତ ଭାବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିକଟରେ ଘଟିଥିବା ଏକାଧିକ ଗୁଳିକାଣ୍ଡ ପରେ ପୋଲିସ ଏହି ଅନ୍ତଃରାଜ୍ୟ ବନ୍ଧୁକ କାରବାର ସିଣ୍ଡିକେଟର ଚେର ଖୋଜିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜୋରଦାର କ
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: